
ବାସ୍ତବବ୍ୟୁରୋ: ଆଜି ଠାରୁ ପୁଣି ବଢ଼ିବା ଆରମ୍ଭ ହେଲା ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ।୧୩୭ ଦିନ ପରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି ପାଇଛି। ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବଢ଼ିଛି ଦର। ରାଜଧାନୀ ଦିଲ୍ଲୀରେ ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ତୈଳ ଦର ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ୍ ୭୬ ପଇସା ବଢ଼ିଛି। କୋଲକାତାରେ ପେଟ୍ରୋଲ ୮୩ ଓ ଡିଜେଲ୍ ୮୦ ପଇସା ବଢ଼ିଛି। ଗତକାଲି ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିଲା।
ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ୯୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୧୦୨ ଟଙ୍କା ୭୪ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୨.୫୪ ଟଙ୍କା ହୋଇଛି । ସେହିପରି କେନ୍ଦ୍ର ସରକାର ଏଲ୍ପିଜି ସିଲିଣ୍ଡର ଦାମ୍ରେ ମଧ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳତଃ ରାଜ୍ୟର ବିଭିନ୍ନ ସହରରେ ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ ୧,୦୦୦ ଟଙ୍କାରୁ ଅଧିକ ହୋଇଛି।



