ଡେପୁଟି ମେୟର ନିର୍ବାଚନ ୮ରୁ ୧୦ ଓ ପୌରାଞ୍ଚଳର ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୭ ତାରିଖ…

ପ୍ରମୋଦ ନାୟକ(ଭୁବନେଶ୍ବର) : ଶେଷ ହେଲା ରାଜ୍ୟର ୧୦୫ଟି ପୌରାଞ୍ଚଳର କାଉନସିଲର ଓ ପୌରାଧ୍ୟକ୍ଷ ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନ ଓ ତାର ଫଳାଫଳ।ଅଠର ଡେପୁଟି ମେୟର ଓ ଉପାଧ୍ୟାକ୍ଷ ଙ୍କ ପାଳି, ଏ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପୂର୍ବ ସୂଚନା ଅନୁଯାୟୀ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୬ରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏହା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାଇ, ଏପ୍ରିଲ ୮ରେ କଟକ ମହାନଗର ନିଗମ, ୯ରେ ବ୍ରହ୍ମପୁର ମହାନଗର ନିଗମ ଏବଂ ୧୦ରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ହେବ। ଏନେଇ ପୌର ପ୍ରଶାସନ ନିର୍ଦ୍ଦେଶକ ମାର୍ଚ୍ଚ ୩୧ତାରିଖରେ ପ୍ରଥମ କର୍ପୋରେସନ ବୈଠକ ବସିବା ନେଇ ବିଜ୍ଞପ୍ତି ଜାରି କରିବେ।

ସମସ୍ତ ମହାନଗର ନିଗମ କାର୍ଯ୍ୟାଳୟରେ ଡେପୁଟି ମେୟର ନିର୍ବାଚନ ‌ହେବ। ସେହିପରି ସମସ୍ତ ପୌରାଞ୍ଚଳର ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୭ତାରିଖରେ ହେବ। ଏନେଇ ପୌରାଧ୍ୟକ୍ଷମାନେ ମାର୍ଚ୍ଚ ୩୦ତାରିଖରେ କାଉନସିଲ୍‌ର ପ୍ରଥମ ବୈଠକ ବସିବା ନେଇ ବିଜ୍ଞପ୍ତି ଜାରି କରିବେ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୁଜୁରାଟରେ ନିର୍ମିତ ଦେଶର ପ୍ରଥମ 'ଷ୍ଟିଲ୍ ରୋଡ୍',ଏହା କିପରି ତିଆରି ହୋଇଛି ଏବଂ କେତେ ଶକ୍ତିଶାଳୀ ତାହା ଜାଣନ୍ତୁ...

Sun Mar 27 , 2022
ହାଇଲାଇଟ୍ସ |ଗୁଜୁରାଟରେ ଦେଶର ପ୍ରଥମ ଷ୍ଟିଲ ରୋଡ଼ ନିର୍ମାଣ କରାଯାଇଛିଇସ୍ପାତ ବର୍ଜ୍ୟବସ୍ତୁରେ ନିର୍ମିତ ଏହି ୧ କିଲୋମିଟର ଲମ୍ବା ୬ ଲେନ ବିଶିଷ୍ଠ ଷ୍ଟିଲ ରୋଡ଼ ନୂଆଦିଲ୍ଲୀ: ଗୁଜୁରାଟରେ ଦେଶର ପ୍ରଥମ ‘ଷ୍ଟିଲ ରୋଡ଼'(ଇସ୍ପାତ ରାସ୍ତା) ନିର୍ମାଣ କରାଯାଇଛି। ଯଦିଓ ନାମ ସୂଚିତ କରେ ଯେ ଏହି ରାସ୍ତାଟି ଇସ୍ପାତରେ ହେବ, କିନ୍ତୁ ତାହା ନୁହେଁ | ବାସ୍ତବରେ, ପ୍ରତିବର୍ଷ ସମସ୍ତ ଇସ୍ପାତ କାରଖାନାରୁ ଅନେକ ମିଲିୟନ୍ ଟନ୍ ସ୍ଲାଗ୍ […]

You May Like

Pin It on Pinterest