
ବବିତା ସାମଲ(ଭଦ୍ରକ) ୨୮/୦୩ : ଟ୍ରେଡ ୟୁନିୟନ,କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି ।
ଭାରତ ବର୍ଷର ସମସ୍ତ୍ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବ୍ୟାଙ୍କ , ବୀମା , ସ୍ଵାଧୀନ କର୍ମଚାରୀ ଫେଡେରେସନ ମାନେ, ମାର୍ଚ୍ଚ ମାସର ୨୮ ଓ ୨୯ ତାରିଖ ଦିନ ଦୁଇଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛନ୍ତି ।
ଏହି ଧର୍ମଘଟ ଡାକରାରେ ଭଦ୍ରକ ଜିଲ୍ଲାରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଚରମ୍ପା ଠାରେ ରେଳ ରୋକ କରାଯିବା ସହ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ ଠାରେ ରାଜପଥ ଅବରୋଧ କରଯାଇଛି । ଦୋକାନ ବଜାର ସବୁ ବନ୍ଦ କରିବା ପାଇଁ ସହର ସାରା ପିକେଟିଙ୍ଗ କରାଯାଉଛି ।