
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୮/୦୩ – ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ, ସରିଲା ଶର୍ମିଷ୍ଠାଙ୍କ ଛକା ପଞ୍ଝା ଖେଳ ପଡିଲା ହାତକଡ଼ି । ଭଦ୍ରକ ନଳାଙ୍ଗ ଗାଁରୁ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ ଓ ସହଯୋଗୀ ଝୁନା ଭୋଇ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯିବ ।ଦୁଇଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।
ଖବର ଅନୁଯାୟୀ, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚ ପାଖରେ ପହଂଚିବା ପରେ । କ୍ରାଇମ୍ବ୍ରାଞ୍ଚ ହତ୍ୟା ମାମଲାର ଟିକିନିଖି ଯାଞ୍ଚ କରୁଛି ।ଏହି ପରିପେକ୍ଷୀରେ ରବିବାର ଦିନ୍ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମକୁ କ୍ରାଇମ୍ବ୍ରାଞ୍ଚ ଏକ ଟିମ୍ ଯାଇ ତଦନ୍ତ ଆରମ୍ଭ କରିଥିଲା । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା । ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତ୍ୟାକାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରି ଫେରିଥଲା ତଦନ୍ତକାରୀ ଟିମ୍ ।



