ମିଛ କହିଲେ ବୈଜୟନ୍ତ !

ଭୁବନେଶ୍ୱର(ବାସ୍ତବ ଟିଭି): ଦିଲ୍ଲୀରେ ବିଜେପି ସହ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇ ସାରିବାପରେ ଭୁବନେଶ୍ୱର ଫେରିଛନ୍ତି ବୈଜୟନ୍ତ ପଣ୍ଡା । ଭୁବନେଶ୍ୱର ଫେରିବା ପରେ ବିଜେପି ପାର୍ଟି ଅଫିସରେ ମିଛ କହିଛନ୍ତି ବୈଜୟନ୍ତ । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ସୂଚନା ମୁତାବକ ଗତକାଲି ବୈଜୟନ୍ତ କହିଥିଲେକି ବିଜେଡ଼ି,ବିଜେପି ସହୋଯୋଗରେ ପ୍ରତିଷ୍ଠା ହୋଇଥିଲା ।

ଏବଂ ବିଜେଡିରେ ରହି ବିଜେପିରେ ଯୋଗଦେବାକୁ ମୁଁ ୨୨ବର୍ଷ ଧରି ଯୋଜନା କରିଆସୁଥିଲି । ଯାହାକୁ ସହଜରେ ହଜମ କରିପାରିନାହାଁନ୍ତି ପ୍ରତାପ । ପ୍ରତାପ କହିଛନ୍ତିକି ବିଜେପି ସହଯୋଗରେ ବିଜେଡ଼ି ଗଠନ ହୋଇନି । ଏହା କେବଳ ବିଜୁବାବୁଙ୍କ ଆଶିର୍ବାଦରେ ଗଠନ ହୋଇଛି । ବୈଜୟନ୍ତଙ୍କ ମା’ଙ୍କୁ ବିଜୁବାବୁ ରାଜ୍ୟସଭା ପଠାଇଥିଲେ ଏବଂ ତାଙ୍କୁ ମଧ୍ୟ ବିଜେଡ଼ି ବହୁବାର ସାଂସଦ କରିଛି । ବୈଜୟନ୍ତଙ୍କ ପରିବାର ପ୍ରତି ବିଜୁବାବୁଙ୍କର ବହୁତ ସହଯୋଗ ରହିଥିଲା । ଏସବୁ ସତ୍ତ୍ବେ ବୈଜୟନ୍ତଙ୍କ ଏଭଳି ମିଛ ମୋତେ ବହୁତ ଆଘାତ ଦେଇଛି ବୋଲି ପ୍ରତାପ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରକାଶ ପାଇଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ! ସୋନିଆ ଓ ରାହୁଲ ବି ଲଢ଼ିବେ ନିର୍ବାଚନ !

Fri Mar 8 , 2019
୧୯ ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ପ୍ରକାଶ କଲା ପ୍ରାର୍ଥୀ ତାଲିକା । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସି, ଗୁଜରାଟ ଓ ଉତ୍ତରପ୍ରଦେଶର ୧୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁଜରାଟର ୪ଟି ଓ ୟୁପିର ୧୧ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଗୁଜରାଟ ପଶ୍ଚିମ ଅହମଦାବାଦରୁ ରାଜୁ ପରମାର, ଆନନ୍ଦରୁ ଭାରତସିଂ ଏମ ସୋଲାଙ୍କି, ବରୋଦାରୁ […]
Sonia

You May Like

Pin It on Pinterest