
ନବୀନ ଦାସ (ବରଗଡ଼): ବରଗଡ ଜିଲ୍ଲା କଳାପାଣି ଛକର ଆନ୍ଧ୍ର ପଡ଼ା ବୃଦ୍ଧା,ଏସ. ସତ୍ ରାଜୁ ବୟସ ୬୫ ଙ୍କ ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ହୋଇଛି ,ସେ ସକାଳୁ ସକାଳୁ ଗାଈ ମାନଙ୍କ ପାଇଁ ବିଲରୁ ଘାସ ସଂଗ୍ରହ କରିବାକୁ ଯାଉଥିବା ବେଳେ ବିଲରେ ବିଳମ୍ବିତ ରାତିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍ ତାର ର ସମ୍ପର୍କରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଥିଲା ଏ ନେଇ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗ କୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ଘଟଣା ସ୍ଥଳକୁ ନ ପହଞ୍ଚିବାରୁ ଲୋକେ ଉତ୍ୟକ୍ତ ହୋଇ ୫୩ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।

ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଯିବାରୁ ବରଗଡ ପୋଲିସ୍ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରିବା ସହ ଲୋକଙ୍କୁ ବୁଝା ସୁଝା କରିଥିଲେ କିନ୍ତୁ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗ କୁ କ୍ଷତିପୂରଣ ପାଇଁ ୨୫ ଲକ୍ଷ୍ୟ ଟଙ୍କା ଦାବି ପୂରଣ ନ ହେଲେ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ରଖିଥିଲେ ,ଯାହାକୁ ନେଇ ୫ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ରାଜ୍ ରାସ୍ତା ଅବରୋଧ ହୋଇଥିବା ବେଳେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।