ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ସହ ସିନାପାଲି ରେ ପ୍ରସ୍ତାବିତ ଜେ ଏମ ଏଫ୍ ସି କୋର୍ଟ ସ୍ଥାନ ପରିଦର୍ଶନ…

ଚନ୍ଦାହାଣ୍ଡି(କାମିନୀ ରଞ୍ଜନ ପାଣ୍ଡେ):୨୯/୦୩-ନବରଙ୍ଗପୁର ଜିଲ୍ଲା ତଥା ଦୌରା ଜଜ ସଞ୍ଜିବ କୁମାର ଦୁବେ ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ପରିଦର୍ଶନ ରେ ଆସି ଚନ୍ଦାହାଣ୍ଡି ବ୍ଲକ ସିନାପାଲି ନିକଟସ୍ଥ ଆମ୍ବତୋଟା ଠାରେ ନୂତନ ଭାବେ ପ୍ରସ୍ତାବିତ ଜେ ଏମ ଏଫ ସି କୋର୍ଟ କୋଠା ନିର୍ମାଣ ନିମନ୍ତେ ଚିହ୍ନଟ ହୋଇ ଥିବା ସ୍ଥାନ ପରିଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ ଯେ ସିନାପାଲି ମୌଜ଼ା ରେ ନୂତନ କୋର୍ଟ ବିଲଡିଂ ନିର୍ମାଣ ନିମନ୍ତେ ତିନି ଏକର ପାଞ୍ଚ ଡେସିମିଲ ଏବଂ ଧୁରୁଆପଡା ମୌଜ଼ା ରେ ଷ୍ଟାଫ କ୍ବାଟର ନିମନ୍ତେ ଶତାଅଶି ଡେସିମିଲ ଜାଗା ପ୍ରଦାନ କରାଯାଇଛି । ନୂତନ କୋର୍ଟ ନିର୍ମାଣ ହେବାକୁ ଚିହ୍ନଟ ହୋଇଥିବା ସ୍ଥାନ ଚନ୍ଦାହାଣ୍ଡି ବ୍ଲକ ମହକୁମା ଠାରୁ ୩ କିମି ଦୂରତା ହେବା ସହ ଉକ୍ତ ସ୍ଥାନ ରେ ବିରାଟ ନାଳ ଥିବା ରୁ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ୟ ସ୍ଥାନ ଚିହ୍ନଟ କରିବା ନିମନ୍ତେ ଚନ୍ଦାହାଣ୍ଡି ତହସିଲଦାର ଜି.ରଶ୍ମିରେଖା ଙ୍କୁ କହିଥିଲେ । ଏହାପରେ ଚନ୍ଦାହାଣ୍ଡି ଜେଏମଏଫ୍ସି କୋର୍ଟ ପରିଦର୍ଶନ କରିବା ସହ ନଥିପତ୍ର ଯାଞ୍ଚ କରିଥିଲେ ।

କୋର୍ଟ ର ବିଭିନ୍ନ ସମସ୍ୟା ନେଇ ଜେଏମଏଫସି ହିମାଂଶୁ ଶେଖର ଆଚାର୍ଯ୍ୟ ଜିଲ୍ଲା ଜଜ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଜିଲ୍ଲା ଜଜ ଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଚନ୍ଦାହାଣ୍ଡି ଜେଏମ୍ଏଫସି ହିମାଂଶୁ ଶେଖର ଆଚାର୍ଯ୍ୟ, ତହସିଲଦାର ଜି ରଶ୍ମରେଖା, ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଅନନ୍ତ ସିହ୍ନା, ଆଇନଜୀବୀ ମହମ୍ମଦ ହୁସେନ, ଜୟଦେବ ଖମାରୀ, କ୍ଷେମରାଜ ବାଘ, କୋର୍ଟ କର୍ମଚାରୀ କେଦାର ଗୌରୀ ପାଞ୍ଜିଆ, କେଶରୀ ମନହିରା, ସର୍ବେଶ୍ବର ପୁଜାରୀ, ସବେରିଆ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷ୍ୟା ସଙ୍ଘ ତରଫରୁ ଆସନ୍ତା ୧୧ ତାରିଖରେ ରେଳ ରହଣି ଦାବିରେ ରେଳରୋକ ପାଇଁ ସଜବାଜ...

Tue Mar 29 , 2022
ସନ୍ତୋଷ ପାତ୍ର(ନର୍ଲା): କୋଭିଡ ମହାମାରୀ ପାଇଁ ସାରାଦେଶର ଛୋଟ ଛୋଟ ରେଳ ଷ୍ଟେସନ ମାନଙ୍କରେ ଯାତ୍ରୀ ବାହି ଟ୍ରେନ ରହଣି ଉପରେ କଟକଣା ଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳ ଷ୍ଟେସନ ରେ ମଧ୍ୟ ଏହି ନିୟମ କୁ କାର୍ଯ୍ୟକାରୀ କରାଯାଇଥିଲା |ଏହି ରେଳ ଷ୍ଟେସନ ଉପରେ ନର୍ଲା ବ୍ୟତୀତ ମ, ରାମପୁର, କର୍ଲାମୁଣ୍ଡା ପରି ନର୍ଲା ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ର ଲୋକେ ନିର୍ଭର କରିଥାନ୍ତି […]

You May Like

Pin It on Pinterest