
ନବୀନ ଦାଶ(ବରଗଡ଼): ବରଗଡ଼ ଜିଲ୍ଲା ଅତାବିରା ଜନ କଲ୍ୟାଣ କୁଲୁତା ସମାଜ ପକ୍ଷରୁ ସଭାପତି ଦିବାକର ପ୍ରଧାନ ଙ୍କ ସଭାପତିତ୍ବ ରେ ଏକ ବିଶାଳ ବାଇକ୍ ରେଲି ଅନୁଷ୍ଠିତ।ରେଳି ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରୁ ବାହାରି ରେଙ୍ଗାଲି କେମ୍ପ,ଦେବାହାଲ, ସୁକୁଟା ପାଲି ରୁ ଜାତୀୟ ରାଜପଥ ରେ ଶତାଧିକ ସଂଖ୍ୟାରେ ବାଇକ୍ ଯୋଗେ ସମାଜ ଉନ୍ନତି କାମନା କରି ରାମଚଣ୍ଡୀ ଙ୍କ ରଥ ଗୋଡଭଗା ପର୍ଯ୍ୟନ୍ତ ଅତାବିରା ନଗର ପରିକ୍ରମା କରି ପୁଣି ମନ୍ଦିର କୁ ପହଞ୍ଚି ଥିଲା।
ଏଥିରେ କୁଳୁତା ସମାଜ ର ୮୧ ଖଣ୍ଡ ଗ୍ରାମରୁ ପାଖାପାଖି ୩୫୦ବାଇକ୍ ୫୦୦ ସମାଜର ସକ୍ରିୟ ସଦସ୍ୟ ମାନେ ବାଇକ୍ ରେଲି ରେ ଉପସ୍ଥିତ ରହି ଥିବାବେଳେ ସମାଜ କୁ ସୁଦୃଢ଼ ତଥା ଆଗାମୀ ଦିନରେ ସାମାଜିକ କାର୍ଯ୍ୟରେ ସମାଜର ଯୁବପିଢି ଙ୍କୁ କିଭଳି ଭାବରେ ମଜଭୁତ କରି ଆଗେଇ ନେବା ରେକି ର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ସମାଜ ପକ୍ଷରୁ ଜଣା ପଡିଛି।
ନବୀନ ଦାଶ ଙ୍କ ରିପୋର୍ଟ ବାସ୍ତବ ଟିଭି….
