ଅତାବିରା ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୩୮ ଟି ପ୍ରକଳ୍ପ ପ୍ରଦର୍ଶିତ…

ନବୀନ ଦାଶ(ଅତାବିରା): ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବି ଇ ଓ ମଛିନ୍ଦ୍ର ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଫିତା କାଟି ମେଳାକୁ ଉଦଘାଟନ କରିଥିବାବେଳେ ଏ ବି ଓ କାର୍ତ୍ତିକ ବାଗ,ତପନ କୁମାର ଦାଶ, ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ, ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ।

ବ୍ଲକ ର ବିଭିନ୍ନ ସ୍କୁଲ ମାନଙ୍କରୁ ମୋଟ ୧୩୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ଥିଲା।ଦୀର୍ଘ ଦୁଇ ବର୍ଷ ଧରି କୁନି କୁନି ପିଲାମାନେ ପାଠ ପଢା ସହ ବିଦ୍ୟାଳୟକୁ ମଧ୍ୟ ଭୁଲି ଯାଇଥିଲେ।ମାତ୍ର କିଛି ଦିନ ହେଲା ସେମାନେ ବିଦ୍ୟାଳୟରେ ପାଦଦେଇଛନ୍ତି,ତଥାପି ପିଲାଙ୍କ ସୁନ୍ଦର୍ ଓ ସୃଜନଶିଳ ପ୍ରକଳ୍ପ ବିଚାରକ ତଥା ଦର୍ଶକ ମାନଙ୍କ ମନଲୋଭା ହୋଇଥିଲା।ସେହିପରି ମେଳାରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ପ୍ରଥମ ଥର ପାଇଁ ଐତିହାସିକ ବାର୍ଷିକ ବିଜ୍ଞାନ ପୁସ୍ତକ “ଅନ୍ଵେଷଣ” କୁ ଲୋକାର୍ପଣ କରିଥିଲେ।ଲୋକାର୍ପଣ ଉତ୍ସବରେ ଏ ଡି ଇ ଓ ରାଧାକାନ୍ତ ଛତ୍ରୀ ,ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ଉପାଧ୍ୟକ୍ଷ ଅନନ୍ତ ମେହେର,ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ରହିଥିଲେ।

ଭିଡିଓଟି ସଂପୂର୍ଣ୍ଣ ଦେଖନ୍ତୁ

ବିଧାୟିକା ଛୁରିଆ ଙ୍କ ସମେତ ମଞ୍ଚାସୀନ ଅତିଥି ମାନେ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ ଓ ପିଲାଙ୍କ ଉତ୍ସାହ ବଢାଇ ଥିଲେ।ମେଳା ରେ ସକାଳ ୬ ଟା ୩୦ ମିନିଟ ରୁ ନାମ ପଞ୍ଜିକରଣ କରାଯାଇ ୭ ଟାରୁ ପ୍ରକଳ୍ପ ପ୍ରଦର୍ଶନ ଆରମ୍ଭ ହୋଇ ଥିଲା।ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗ,ଅଷ୍ଟମ ନବମ,ଦଶମ ଶ୍ରେଣୀ କୁ ବରିଷ୍ଠ ବିଭାଗ ଏହିପରି ତିନୋଟି ବିଭାଗରେ ପ୍ରକଳ୍ପ ଗୁଡ଼ିକ ବିଚାରକ ମାନଙ୍କ ଦ୍ଵାରା ଚୟନ କରାଯାଇଥିଲା।ମଧ୍ୟାହ୍ନ ଭୋଜନ ର ବିରତି ପରେ ବି ଇ ଓ ମଛିନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ଏଡିଇଓ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ସମ୍ପାଦକ ମନୋଜ ସାହୁ,ମୋ ସ୍କୁଲ୍ ଅଭିଯାନ ର ଜିଲ୍ଲା ସମ୍ପାଦକ ଭାର୍ଗବ ନାଏକ,ଏବିଇଓ କାର୍ତ୍ତିକ ବାଗ,ତପନ କୁମାର ଦାଶ,ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପlଲ୍,ଅତାବିରା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ।ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ମୁଖ୍ୟ ବକ୍ତା ରୂପେ ମଞ୍ଚାସୀନ ହୋଇଥିଲେ।ବଳରାମ ସାହୁ ସଭାକାର୍ଯ୍ୟ କୁ ପରିଚାଳନା କରିଥିଲେ।ଉଦଯାପନୀ ଉତ୍ସବରେ ବିଜ୍ଞାନ ସହିତ କଳାର ସମନ୍ୱୟ କରିବା ତଥା ପିଲାଙ୍କ ମନୋରଞ୍ଜନ ପାଇଁ ନାଚ ଗୀତର ଆସର ରଖାଯାଇଥିଲା।

ଏହି ସାଂସ୍କୃତିକ କାର୍ଯ୍ୟ କ୍ରମକୁ ରଶ୍ମୀରାଣୀ ନନ୍ଦ ସଞ୍ଚାଳନ କରି ଥିଲେ।ବରିଷ୍ଠ ବିଭାଗରେ ପୂର୍ବ ସୂଚିତ ୬ ଟି ବିଷୟ କୁ ଭିତ୍ତି କରି ଛଅ ଗୋଟି ପ୍ରକଳ୍ପ ମନୋନୀତ ହୋଇ ଜିଲ୍ଲା ସ୍ତରକୁ ଯାଇଥିବାବେଳେ କନିଷ୍ଠ ବିଭାଗ ରେ ଟୋପ ପ୍ରାଥମିକ ବିଦ୍ୟାଳୟର ରୋହନ ଗଡତିଆ ଙ୍କ ପ୍ରକଳ୍ପ ପ୍ରଥମ,ଖଇରପାଲି ପ୍ରାଥମିକ ବିଦ୍ୟାଳୟର ଗୁଡ୍ଡୁ ବାଗ ଦ୍ଵିତୀୟ,ଭୋଇପୁରା ପ୍ରାଥମିକ ବିଦ୍ୟାଳୟ ର ଦିବ୍ୟାଂଶି ଗଡତିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଅନ୍ୟ ବ୍ଲକ ରୁ ଛଅ ଜଣ ବିଚାରକ ଙ୍କ ଦ୍ଵାରା ପ୍ରକଳ୍ପ ଚୟନ କରିଥିଲେ।ହିମାଂଶୁ ଶେଖର ସାହୁ,ବାଳ ମୁକୁନ୍ଦ ସାହୁ,ଯାଦବ ପ୍ରଧାନ,ଗୋପୀନାଥ ବିଶ୍ଵାଳ,ଧର୍ମରାଜ୍ ପ୍ରଧାନ,ବାଇଲୋଚନ ପ୍ରଧାନ,ନନ୍ଦୀ ଘୋଷ ଭୋଇ,ମୁନି ଭୋଷାଗର,ପଞ୍ଚାନନ ନାଥ,ସନ୍ତୋଷ କର,ମହେନ୍ଦ୍ର ପ୍ରଧାନ,ବିଶ୍ଵନାଥ ମେହେର, ସଚିଦା ନନ୍ଦ ପ୍ରଧାନ,ସତ୍ୟବାନ୍ ସାହୁ, କିଶୋର ପ୍ରଧାନ,ଲବ ସାହୁ,ରବି ଗୁପ୍ତା ପ୍ରମୁଖ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।

ଏହି ବିଜ୍ଞାନ ମେଳାକୁ ବହୁ ସଂଖ୍ୟକ ପ୍ରକଳ୍ପ ଆସିଥିଲା।କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମରେ କିଛି ଅବ୍ୟବସ୍ଥା ଦେଖ ଦେଇଥିଲା ଛାତ୍ର ଛାତ୍ରୀଙ୍କୁ ଉତ୍ସାହ ତଥା ତାଙ୍କରି ଖୁସି ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା,କିନ୍ତୁ ଅନେକ ପିଲା ଏଥିରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ସଞ୍ଚାଳନ ରେ ତ୍ରୁଟି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିବା ସାଧାରଣରେ ଜୋର୍ ଚର୍ଚ୍ଚା ଧରିଛି।ତେବେ ଗ୍ରୀଷ୍ମର ଉତ୍ତାପ ପିଲାଙ୍କ ଉତ୍ସାହ ନିକଟରେ ବି ହାର ମlନିଥିଲା।ପିଲାଏ ବେଶ୍ ଉତ୍କଣ୍ଠାର ସହ ସକାଳୁ ସନ୍ଧ୍ୟା ଯାଏ ମେଳାର ଆନନ୍ଦ ଉପଭୋଗ କରିଥଲେ।ଶେଷରେ ସି ଆର୍ ସି ସି ମନୋରଞ୍ଜନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ପାଇଁ ... କୋଭିଡ୍-୧୯ର ଚତୁର୍ଥ ତରଙ୍ଗ କେତେ ମାରାତ୍ମକ ହେବ...

Tue Apr 5 , 2022
ପୁଣେ: କୋଭିଡ -୧୯ ର ଚତୁର୍ଥ ତରଙ୍ଗ ଆଗାମୀ ଦିନରେ ଭାରତକୁ ଧକ୍କା ଦେବା ନେଇ ଚିନ୍ତା ମଧ୍ୟରେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (SII) ସିଇଓ ଆଦର ପୁନାୱାଲା ସୋମବାର କହିଛନ୍ତି ଯେ ଯଦି ଏହା ଘଟେ ତେବେ ଏହା ସାମାନ୍ୟ ହେବ। ‘ବିକଳ୍ପ ଇନ୍ଧନ କନକ୍ଲେଭ’ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି (SII) ସିଇଓ କହିଛନ୍ତି ଯେ ବର୍ତ୍ତମାନ ସମୟରେ କମ୍ ସଂଖ୍ୟକ କୋଭିଡ -୧୯ […]

You May Like

Pin It on Pinterest