
ଭୁବନେଶ୍ୱର ୦୭।୦୪ : ଆଜି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ହେବ ନାମାଙ୍କନ ।୫୮ ଏନ୍ଏସି ଓ ୪୭ ପୌର ପରିଷଦର ଉପାଧ୍ୟକ୍ଷ ପାଇଁ ହେବ ନିର୍ବାଚନ । ୧୧ଟାରୁ ୧୨ ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ । ଦିନ ଗୋଟାଏ ଯାଏ ଚାଲିବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା। ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଯାଏ ହେବ ମତଦାନ । ମତଦାନ ଶେଷହେଲେ ଗଣତି ଓ ଫଳାଫଳ ପ୍ରକାଶ ହେବ ।
କଟକ,୮ ତାରିଖରେ ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମ ୯ ତାରିଖରେ ଡେପୁଟି ମେୟର ପଦ ପାଇଁ ହେବ ନିର୍ବାଚନ। ମହାନଗରଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ । ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ । ମତଦାନ ପରେ ସେହିଦିନ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।



