ଜୟଦେବ ବିହାରରେ ଓଲଟିଲା ମିନି ବସ୍‌…

ମନୋଜ ମହାନ୍ତି(ଭୁବନେଶ୍ୱର)୦୮।୦୪ :ଭୁବନେଶ୍ୱର ଜୟଦେବ ବିହାରରେ ଓଲଟିଲା ମିନି ବସ୍‌। ଏହି ବସ ଦୁର୍ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।ଘଟଣାସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଆଜି (ଶୁକ୍ରବାର) ସକାଳୁ ଶ୍ରମିକଙ୍କୁ ନେଇ ଏକ ମିନି ବସ ଯାଉଥିବା ସମୟରେ,ଜୟଦେବ ବିହାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ହୋଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଂଚି ବସଟିକୁ ଜବତ କରି ନିଜ ହେପାଜତକୁ ନେଇଛି । ଓଭରଲୋଡିଂ କାରଣରୁ ଦୁର୍ଘଟଣା ଘଟିଥିବା ପ୍ରତାକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଯାତାୟତ ବାଧାପ୍ରାପ୍ତ ହୋଇଛି । ସୌଭାଗ୍ୟବଶତଃ ଗାଡି ଦୁର୍ଘଟଣା କୌଣସି ମୃତାହତ ହୋଇନାହାନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ପୋଲିସର ମାତ୍ରାଧିକ କାର୍ଯାନୁଷ୍ଠାନ ପ୍ରତିବାଦରେ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି...

Fri Apr 8 , 2022
ଫୁଲବାଣୀ ୮/୪: ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମାଡ ମାରି,ମିଛ ମାମଲାରେ ନୀଳଗିରିର ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିବା ସହ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବ ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ଲେଡି ଆଇଆଇସି ବଦଳି ନୁହେଁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଆଜି ଫୁଲବାଣୀ ପ୍ରେସକ୍କବ ସଭାପତି ସୁନୀଲ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ […]

You May Like

Pin It on Pinterest