ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ମହିଳା ଫୁଟବଲ ଦିନିକିଆ ଶିବିର…

ଆଶିଷ ନାୟକ(ଆଳି): ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ଆଳି ମହିଳା ଫୁଟବଲ୍ ଖେଳର ଉନ୍ନତି ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଗ୍ରୁପ୍ ଅଫ୍ ଓମେନ୍ ଫୁଟବଲ ଭୁବନେଶ୍ଵର ତରଫରୁ ଏକ ଗ୍ରାସ ରୁଟ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ମହିଳା ଫୁଟବଲର ଅନ୍ତୁଡ଼ିଶାଳ କୁହାଯାଉଥିବା ସେଣ୍ଟରରୁ କିପରି ତୃଣମୂଳ ସ୍ତରରୁ ଆହୁରି ଅଧୁକ ମହିଳା ଫୁଟବଲ ଖେଳାଳି ସୃଷ୍ଟି ହୋଇପାରିବେ ସେଥିଲାଗି ଏକ ଦିନିକିଆ ତାଲିମ ଶିବିର ଆୟୋଜିତ ହୋଇଥିଲା ।

ଆଗାମୀ ଦିନରେ ଏହି ଶିବିର ୧୫ ଦିନିଆ ଓ ମାସିକିଆ କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ଓଡ଼ିଶା ଫୁଟବଲ କ୍ଲବ୍‌ର ମୁଖ୍ୟ ରାନ୍ଦେ ବାରୁସ୍ , ବିଶେଷ ପଣ୍ଡା ଓ ଶୁଭମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଳି ଆଥଲେଟିକ ଆସୋସିଏସନ ସଭାପତି ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା , ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ ସୁଶାନ୍ତ ମଲ୍ଲିକ , ରବୀନ୍ଦ୍ର ମହାନ୍ତି , ସୁକଦେବ ଗୋଚ୍ଛାୟତ ଓ ସଦାନନ୍ଦ ସିଂ ପ୍ରମୁଖ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଶ୍ରୀରାମ ନବମୀ,ସାରା ରାଜ୍ୟ ଉତ୍ସବମୁଖର ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ...

Sun Apr 10 , 2022
ବବିତା ସାମଲ(ଭଦ୍ରକ): ୪/୧୦ -ଆଜି ଶ୍ରୀରାମ ନବମୀ,ସାରା ରାଜ୍ୟ ଉତ୍ସବମୁଖର ।ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଛି ରାମଜନ୍ମ ପର୍ବ । ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ । ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଶ୍ରୀ ରାମ ମହଯଜ୍ଞ ସମିତି ତରଫରୁ ଆୟୋଜିତ ମହା ଯଜ୍ଞର ଆଜି ପୂର୍ଣ୍ଣାହୁତି। ଏଥିପାଇଁ ଆଜି ଭଦ୍ରକ ସହର ରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ […]

You May Like

Pin It on Pinterest