
ବବିତା ସାମଲ(ଭଦ୍ରକ): ୪/୧୦ -ଆଜି ଶ୍ରୀରାମ ନବମୀ,ସାରା ରାଜ୍ୟ ଉତ୍ସବମୁଖର ।ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଛି ରାମଜନ୍ମ ପର୍ବ । ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ । ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଶ୍ରୀ ରାମ ମହଯଜ୍ଞ ସମିତି ତରଫରୁ ଆୟୋଜିତ ମହା ଯଜ୍ଞର ଆଜି ପୂର୍ଣ୍ଣାହୁତି।
ଏଥିପାଇଁ ଆଜି ଭଦ୍ରକ ସହର ରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମେଢ଼ଗୁଡ଼ିକ ନେହେରୁ ଷ୍ଟାଡିୟମ ଠାରୁ ଏକତ୍ରିତ ହୋଇ ନଗର ସଂକୀର୍ତ୍ତନରେ ସାମିଲ ହେବେ। ଏଥିରେ ପ୍ରାୟ ୮୦ ରୁ ଅଧିକ ମେଢ଼ ସାମିଲ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ଭଦ୍ରକ ଶ୍ରୀ ରାମ ମହଯଜ୍ଞ ସମିତି ସମସ୍ତ ପ୍ରସ୍ତୁତି ଶେଷ କରିଛି। ନଗର ସଂକୀର୍ତ୍ତନ ପାଇଁ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇଛନ୍ତି। ୩ ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ସହ ସମୁଦାୟ ୪୦ ପ୍ଲାଟୁନ ଫୋର୍ସ, ୩ ଜଣ ଅତିରିକ୍ତ ଏସ୍ପି , ୧୦ ଡିଏସପି , ୧୯ ଇନ୍ସପେକ୍ଟର , ୧୦୫ ଜଣ ଏସଆଇ ଓ ଏଏସଆଇ ମୃତୟନ ହୋଇଛନ୍ତି।



