ବଦଳିଲେ ରାଜ୍ୟ ସରକାରଙ୍କ ଗୁଇନ୍ଦା ନିର୍ଦ୍ଦେଶକ…

ଭୁବନେଶ୍ୱର (ବାସ୍ତବବ୍ୟୁରୋ): ବଦଳିଲେ ରାଜ୍ୟ ସରକାରଙ୍କ ଗୁଇନ୍ଦା ନିର୍ଦ୍ଦେଶକ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏହା ସହିତ ଏଡିଜିପି ଆର୍‌.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସୂଚନା ଅନୁଯାୟୀ,ଆଇପିଏସ୍‌ ସ୍ତରରେ ଆଗକୁ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ। ଗୁଇନ୍ଦା ନିର୍ଦ୍ଦେଶକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଲଳିତ ଦାସଙ୍କୁ ହଠାତ୍ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରିବା କଥାକୁ ସହଜରେ ଗ୍ରହଣ କରି ହେଉ ନାହିଁ। କାରଣ ଓଏସ୍‌ଡି ଭାବେ କୌଣସି ସ୍ଥାନକୁ ପଠାଯିବା ଅର୍ଥ, ତାଙ୍କୁ ଗୁରୁତ୍ୱହୀନ କରିଦିଆଯିବା ବୋଲି ସାଧାରଣତଃ ବିବେଚନା କରାଯାଏ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆର.କେ ହାଉସରେ ଆଲିଆ ରଣବୀରଙ୍କ ବିବାହ...

Mon Apr 11 , 2022
ସୋମ, ୧୧ ଏପ୍ରିଲ ୨୦୨୨: ଆଲିଆ ଭଟ୍ଟ ଏବଂ ରଣବୀର କପୁର ଦୀର୍ଘ ସମୟ ଧରି ସଂପର୍କରେ ରହିଛନ୍ତି ଏବଂ ବର୍ତ୍ତମାନ ଉଭୟ ନିଜ ସଂପର୍କରେ ଏକ ପାଦ ଆଗକୁ ବଢିବାକୁ ଯାଉଛନ୍ତି | ଦୁହେଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ | ଏହି ବିବାହକୁ ଆଲିଆ ଭଟ୍ଟଙ୍କ ପରିବାର ନିଶ୍ଚିତ କରିଛନ୍ତି। ଯଦିଓ କପୁର ପରିବାର ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଉନାହାଁନ୍ତି। ଖବର ଅନୁଯାୟୀ, ଆଲିଆ ଏବଂ […]

You May Like

Pin It on Pinterest