ଦିନ ଦ୍ୱିପହରରେ ବିଧାୟକଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି।

ଟ୍ୱିଟ୍ କରି କେନ୍ଦିରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଆକ୍ରୋଶ ରଖି ହେଉଥିବା ଆକ୍ରମଣରୁ ସ୍ପଷ୍ଟ ମନେ ହେଉଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ରାଜ୍ୟ ସରକାରଙ୍କ ହାତରୁ ଖସିବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଯେଉଁଠି ଜନପ୍ରତିନିଧି ସୁରକ୍ଷିତ ନୁହନ୍ତି, ସେଠାରେ ସାଧାରଣ ଲୋକ କିପରି ସୁରକ୍ଷିତ ରହିପାରିବେ ? ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବାଦିବାହାଲ ଗାଁରେ ଏକ କାର୍ଯ୍ୟକ୍ରମ ସାରି ନିଜ ଗାଁ ନଅଗାଁ(ଖ)କୁ ଫେରୁଥିଲେ। ହଠାତ ବଲାଙ୍ଗୀର-ସମ୍ୱଲପୁର ୨୬ ନମ୍ବର ଜାତୀୟ ରାଜପଥର ବୁର୍ଡା ଛକ ଠାରେ ଦୁଇଜଣ ଯୁବକ ବାଇକରେ ଆସି ଗାଡିକୁ ଅଟକାଇ ସାମ୍ନାରେ ବାଇକ ରଖିଦେଇଥିଲେ । ପିଏସ୍‌ଓ ଶଂକର ବରିହା ଏବଂ ଡ୍ରାଇଭର ଦେବରାଜ ନାଗ ବାଇକକୁ ସେଠାରୁ ହଟାଇଦେବା ପାଇଁ କହିଥିଲେ । ତାପରେ ସଂଗେ ସଂଗେ ଦୁଇ ଯୁବକ ଡ୍ରାଇଭର ଏଵଂ ପିଏସ୍‌ଓଙ୍କୁ ଆକ୍ରମଣ କରିଥିଲେ । ଦୁଇଜଣ ତଲେ ପଡିଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ମାଧପୁର ପଞ୍ଚାୟତ ବଡ଼ସିଂହପୁରେ ଗାଁ ରେ ଭୟାବହ ଅଗ୍ନିକାଣ୍ଡ...

Tue Apr 12 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୨//୦୪//୨୦୨୨-ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ସିଂହପୁର ଗାଁରେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୨ଜଣ ଙ୍କ ର ଦୁଇଟି ଗୋରୁ ଗୁହାଳ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯିବା ସହ ୮ ଟି ଗୋରୁ ଓ ୪ ଟି ଛେଳି ଜିବନ୍ତ ଦଗୁ ହୋଇ ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ଘଟଣାସ୍ଥଳରେ ଅଗ୍ନି ସମ ବିଭାଗ ପହଞ୍ଚି ନିଆଁକୁ ଆୟତ […]

You May Like

Pin It on Pinterest