ବୈତରଣୀ ନଦୀର ଗେମନ୍ ବ୍ରିଜ୍ ରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧୪-୪-୨୦୨୨)ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛନ୍ତି । ବ୍ରିଜ ଉପରୁ ନଦୀ ମଧକୁ ୧ଶହ ଫୁଟ ତଳକୁ ଡେଇଁ ନଦୀ ର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ ପହଁଚି ନଦୀରେ ପାୱାର ବୋଟ ମାଧ୍ୟମରେ ଖୋଜାଖୋଜୀ ଜାରି ରଖୁଛନ୍ତି । ନଦୀକୁ ଡେଇଁଥିବା ଯୁବତୀ ଜଣକ ରାଜକନିକା ବୁରୁଡ଼ିଆ ଗାଁରେ ଶ୍ରୀମନ ଜେନା ବୋଲି ସୂଚନା ମିଳିଛି , ଶ୍ରୀମନଙ୍କ ଘର ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁ ହୋଇଥିବା ବେଳେ ସେ ତାଙ୍କ ମାମୁ ଘରେ ରହି ପାଠ ପଢୁଥିବା ସୂଚନା ମିଳିଛି । ତେବେ ଯୁବତୀ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏ ଯାଏଁ ସୂଚନା ମିଳି ପାରି ନାହିଁ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଣା ସଂକ୍ରାନ୍ତି ଅବସରରେ ମା' ନାରାୟଣୀଙ୍କ ଯାତ୍ରା ପାଇଁ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା...

Thu Apr 14 , 2022
ଫୁଲବାଣୀ ୧୪/୦୪: ପଣା ସଂକ୍ରାନ୍ତି ଅବସରରେ, ଫୁଲବାଣୀର ପ୍ରସିଦ୍ଧ ମା’ ନାରାୟଣୀଙ୍କ ଯାତ୍ରା ପାଇଁ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଗଲା ।ଆଜି ସକାଳ ୭ଟାରେ କମିଟି ସଦସ୍ୟ ଓ ଭକ୍ତ ମାନେ ମିଶି ଫୁଲବାଣୀ ସହରର ର ଏଫ୍. ସି. ଆଇ ନିକଟରୁ ଜଣେ ଭକ୍ତଙ୍କ ବାଡି ରଥିବା ବାଉଁଶକୁ ପୂଜାର୍ଚନା କରିବା ପରେ ଅଣା ଯାଇ ଯାତ୍ରା ପଡିଆ ଠାରେ ଶୁଭଖୁଣ୍ଟିକୁ ପ୍ରତିଷ୍ଠା କରାଯାଇଛି । […]

You May Like

Breaking News

Pin It on Pinterest