ଚୈତ୍ର ପୂର୍ଣ୍ଣିମାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପାଳିତ ହେଲା ଗଙ୍ଗା ଜଳାଭିଷେକ ଓ ମହାସ୍ନାନ ଉତ୍ସବ…

ନବୀନ ଦାସ(ବରଗଡ଼) ୧୬/୦୪: ଆଜି ଚୈତ୍ର ପୂର୍ଣ୍ଣିମା,ପ୍ରତିବର୍ଷ ଏହି ଦିନରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଗଙ୍ଗା ଜଳାଭିଷେକ ସହ ମହାସ୍ନାନ ଉତ୍ସବ ପାଳିତ ହୋଇଥାଏ । ହେଲେ କରୋନା ମହାମାରୀ କାରଣରୁ ଗତ ଦୁଇବର୍ଷ ହେବ ମାଆଙ୍କ ମହାସ୍ନାନ ଉତ୍ସଵ ବନ୍ଦ ଥିବା ବେଳେ ଚଳିତ ବର୍ଷ ମାଙ୍କ ଜଳାଭିଷେକ କରିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ମାଙ୍କ ଠାରେ ଲାଗି ହୋଇଥିବା ଛପନ ଭୋଗ ବଣ୍ଟାଯାଇଥିଲା ।

ଆଜି ସକାଳ ୫ଟା ଠାରୁ ମାଆଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଜଳାଭିଷେକ ଆରମ୍ଭ ହୋଇଥିଲା ।ତ୍ରିବେଣୀ ସଂଗମରୁ ଗଙ୍ଗାଜଳ ଆଣି ମାଆଙ୍କ ଜଳାଭିଷେକ କରାଯାଇଛି । ଏହି ଅବସରରେ ମାଆଙ୍କୁ ମହାଭୋଗ ଅର୍ପଣ କରିବା ସହ ଭକ୍ତଙ୍କୁ ପ୍ରସାଦ ଆକାରରେ ବଣ୍ଟା ଯାଇଛି ।

ମା’ ସମଲେଶ୍ବରୀଙ୍କ ସ୍ନାନ ଯାତ୍ରା ଉପରେ ଲୋକଙ୍କ ବିଶ୍ୱାସ ରହିଛି ଯେ ଚୈତ୍ର ମାସ ପରେ ରୌଦ୍ରତାପ ବୃଦ୍ଧି ଯୋଗୁ ପୃଥିବୀ ପୃଷ୍ଠ ଉତ୍ତପ୍ତ ହୋଇ ସୃଷ୍ଟି ହେଉଥିବା ବସନ୍ତ, ହାଡଫୁଟି, ମିଳିମିଳା ପରି ରୋଗରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ନେଇ ପ୍ରତିବର୍ଷ ମାଆଙ୍କ ମହାସ୍ନାନ ଉତ୍ସଵ ପାରମ୍ପାରିକ ଭାବରେ ପାଳିତ ହୋଇ ଆସୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ତୋତେ ଦେଖୁ ଥିବି ପ୍ରାଣ ପକ୍ଷୀ ଉଡିଯାଉ"ଶେଷ ଇଛା ହେଲା ଶେଷ ଦର୍ଶନ ମନ୍ଦିର ବେଢ଼ାରେ ଚାଲିଗଲା ଜୀବନ

Sun Apr 17 , 2022
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ମା ବିମାଳାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଟଳି ପଡିଲେ ଭକ୍ତ । ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ ଶେଷ ଇଛାଥିଲା କାଳିଆକୁ ଦେଖିବେ ଆଶୀର୍ବାଦ ଲୋଡିବେ । ସେ କଣ ଏୟା ମାଗିନେଲେ “ତୋତେ ଦେଖୁ ଥିବି ପ୍ରାଣ ପକ୍ଷୀ ଉଡିଯାଉ” ସାଙ୍ଗରେ ଥିଲେ ନିଜ ପରିବାର । କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ […]

You May Like

Pin It on Pinterest