କାଳଜୟୀ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଭୁବନେଶ୍ୱର ୧୮।୦୪: ଓଡ଼ିଶା ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଗୀତିକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜୀବନ ବ୍ୟାପୀ ସଂଗୀତ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ରହିବେ ବୋଲି ସେ ଟ୍ବିଟ୍ କରିଛନ୍ତି ।

ସେ ଆହୁରି ମଧ୍ୟ ନିଜ ଟ୍ବିଟର ଆକାଉଣ୍ଟ ରେ ଲେଖିଛନ୍ତି କି,ତାଙ୍କ ସହ ଅନେକ ଥର ମୋର ସାକ୍ଷାତ ହୋଇଛି । ସେ ଜଣେ ଅମାୟିକ ଓ ସ୍ନେହିଁ ସ୍ୱଭାବର ବ୍ୟକ୍ତି ଥିଲେ ।ସଂଗୀତ ଜଗତ ପ୍ରତି ତାଙ୍କର ଭଲପାଇବା ଓ ଏକାଗ୍ରତା ଥିଲା ବିରଳ, ଯାହା ସେ ଅତୀତରେ ପ୍ରମାଣିତ କରିଥିଲେ ।ଅନେକ ସମ୍ମାନର ଅଧିକାରୀ ଶ୍ରୀ କରଙ୍କ ବିୟୋଗରେ ଓଡିଶା ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଲା ।

ସୂଚନାଯୋଗ୍ୟ ଯେ,ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି।ସେ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ତାଙ୍କର ନିରବଚ୍ଛିନ୍ନ ସଙ୍ଗୀତ ସାଧନା ପାଇଁ ସେ ପଦ୍ମଶ୍ରୀ ସମ୍ମାନ ସହିତ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାବାଡ୍ ହେବେ ମଦୁଆ ଗାଡ଼ି ଚାଳକ ପୋଲିସ୍ ଓ ପରିବହନ ବିଭାଗ ତରଫରୁ ମିଳିତ ରାତ୍ରୀ କାଳୀନ ଚେକିଂ...

Mon Apr 18 , 2022
ନମୋ ଗୁରୁ(ସୁବର୍ଣ୍ଣପୁର):ଓଡିଶା ସରକାରଙ୍କ ପରିବହନ କମିଶନର ଙ୍କ ନିର୍ଦେଶାନୁଯାୟୀ ରାତ୍ରି ରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା l ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ସମୁଦାୟ 20 ଟି ମାମଲା ଚିହ୍ନଟ କରାଯାଇଥିଲା, 5 ଟି ଗାଡି ଚାଳନା ପ୍ରମାଣ ପତ୍ର ସ୍ଥଗିତ ରଖାଯାଇଥିଲା, 20 ଟି ବିଭିନ୍ନ ଗାଡି କୁ […]

You May Like

Pin It on Pinterest