
ନବୀନ ଦାଶ (ଅତାବିରା): ୧୯/୦୪ /୨୨-ସମ୍ବଲପୁର-ଲୁହୂରାଚଟି ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ଅତାବିରା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ସମ୍ଭୁଖରେ ରାଜରାସ୍ତା ଉପରେ ଆଜି ସକାଳ ପାଖାପାଖି ୭ଟା ୩୦ମିନିଟ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି।
ସୂଚନା ଯୋଗ୍ୟ ଯେ ବରଗଡ଼ ରୁ ସମ୍ବଲପୁର ଅଭିମୁଖେ ଓଡି ୧୭କ୍ୟୁ ୬୭୭୭ ଏକ ଘରୋଇ ବସ୍ ଯାତ୍ରୀ ଓଲ୍ହାଉଥିବା ସମୟରେ ପଛ ପଟରୁ ଏକ ୩ଚକିଆ ପରିବା ବୋଝେଇ ବେନିୟମ ଭାବରେ ତିଆରି ହୋଇଥିବା ଟ୍ରଲି ରିକ୍ସା ଗାଡି ଭାରସାମ୍ୟ ହରାଇ ଧକ୍କା ଦେଇ ବୁର୍ଲା ର ଟ୍ରଲି ଚାଳକ ତ୍ରିନାଥ ଜେନା ଗୁରୁତର ହୋଇ ଛିଟିକି ପଡ଼ିଥିଲା।ଗୁରୁତର ଚାଳକ କୁ ସ୍ଥାନୀୟ ତଥା ଯିବା ଆସିବା ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ ଡାକ୍ତର ଖାନାକୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି।
ଏନେଇ ଅତାବିରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବସ କୁ କିଭଳି ଭାବେ ଘଉଡାଇ ଦେଇଥିଲେ ତାହା ଅଞ୍ଚଳ ରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।ଏନେଇ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରୁଥିବା ଇନ୍ସ ପେକ୍ଟର ବାଗ ଙ୍କୁ ପଚାରି ବାରୁ ନାଁ ନାଁ ତାର କାଗଜ ପତ୍ର ସବୁ ଲେଖା ପଢ଼ା ହୋଇଛି ଏବଂ ସେ ଆସିବ ବୋଲି ପ୍ରକାଶ କରିଥିଲେ।
ରାଜରାସ୍ତା ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହେବା ସହ ରାଜରାସ୍ତା ଉପରେ ବ୍ଲକ,ଜିଲ୍ଲା,ଏନ୍ ଏସି ତଥା ରାଜ ରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ର କିଛି ସ୍ବାର୍ଥ ଲାଳସା ଓ ଭଡ଼ାଟିଆ ମନୋଭାବ ଯୋଗୁଁ ରାଜପଥ ରେ ଜବର ଦଖଲ କାରୀ ଙ୍କ ଦୌରାତ୍ମ ବୃଦ୍ଧି ପାଉଥିବା ବେଳେ ଟ୍ରକ୍ ପାର୍କିଂ, ଗ୍ୟାରେଜ,ରାସ୍ତା ଉପରେ ଦୋକାନ ବଜାର ଖୋଲି କିଏ କେତେ କେଉଁଠୁ ଭଡ଼ା ଖାଉଛି ତ ଆଉ କିଏ ପେଟ ପାଇଁ ରାସ୍ତା ଉପରେ ବସି ବେପାର କରୁଛି।
ଯଦ୍ୱାରା ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଲୋମ ହର୍ଷଣ କାରୀ ମର୍ମନ୍ତୁଦ ଘଟଣା ଘଟି କେତେ ମାଁ କୋଳ ଶୂନ୍ୟ ହେଉଛି ତ କେତେ ସଧବା ମଥାରୁ ସିନ୍ଦୂର ଲିଭି ସାରିଛି।ସେହିପରି କେତେ ପିଲା ବାପ ଛେଉଣ୍ଡ ହୋଇ ହତାଦର ହୋଇ ସାରିଲେଣି।ଏନେଇ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ତଥା ଜନ ସାଧାରଣ ଙ୍କ ପକ୍ଷରୁ ଅଭିଯୋଗ ଓ ରାସ୍ତାରୋକ କରି ନୟାନ୍ତ ହୋଇ ସାରିଥିଲେ ମଧ୍ୟ ପ୍ରଶାସନ ତଥା ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା କେଉଁଠି କେତେ ଭଡ଼ା ଅସୁଲି କରି ଚୁପ୍ ରହୁଛନ୍ତି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି କରୁଛି।ଯାହା
ଫଳରେ ଦିନକୁ ଦିନ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟି ନିରୀହ ମୂଲ୍ୟବାନ ଜୀବନ ବଳି ପଡୁଛି।ତେବେ ଏଥି ପ୍ରତି ସରକାର ବାହାଦୁର ଦୃଷ୍ଟି ଦେଇ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।



