କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ,ଲରମ୍ଭା ମହାବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା…


ନବୀନ ଦାଶ( ଅତାବିରା):୧୯/୦୪//୨୨ – କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତି ବ୍ଲକ କୁ ୨ଲକ୍ଷ ଅନୁଦାନ ରେ ବ୍ଲକ ର ଅପହଞ୍ଚ ଇଲାକାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ପୁରାତନ ବିଜ୍ଞାନ ଭବନ ଠାରେ ବ୍ଲକ ସ୍ତରୀୟ ବିଶାଳ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ମେଳାର ଉଦଘାଟନୀ ଉତ୍ସବ ବିଡ଼ିଓ ବିଶ୍ଵନାଥ ସାହୁ ଙ୍କ ତତ୍ବାବଧାନରେ ଲରମ୍ଭା ଛକ ଠାରୁ କଲେଜ୍ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ କରାଯାଇ ଉତ୍ସବ କୁ ଆରମ୍ଭ କରାଯାଇ ଥିଲା।

ଅତାବିରା(ପାହାଡ ଶ୍ରିଗିଡା)ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରବି ନାରାୟଣ ମିଶ୍ର ଙ୍କ ସହଯୋଗ କ୍ରମେ ଶିଶୁ ବିଭାଗ, ମେଡ଼ିସିନ୍,ଆଖି,ସ୍ତ୍ରୀ ଓ ପ୍ରସୂତି ବିଭାଗ, ଆୟୁଷ୍ମାନ ବିଭାଗ ରୁ ଡାକ୍ତର ମାନେ ଆସି ଚିକିତ୍ସା କରିଥିଲେ।ଏଥିରେ ମାଗଣା ଔଷଧ ବଣ୍ଟନ,ରକ୍ତ ପରୀକ୍ଷା,ହେଲଥ କାର୍ଡ,ରକ୍ତ ବର୍ଗ ଚିହ୍ନଟ ଆଦି କରାଯାଇ ଥିଲା।ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକୃତା,ଚିତ୍ରାଙ୍କନ ଓ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲକ ଚେୟାର ମେନ୍ ଗୀତାଞ୍ଜଳି ନାଏକ ପୁରସ୍କାର ବିତରଣ କରିଥିଲେ।ସ୍ଵାସ୍ଥ୍ୟ ମେଳାରେ ଆଖପାଖ ଅଞ୍ଚଳର ବହୁ ରୋଗୀ ଆସି ସ୍ବାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ନେଇଥିଲେ।ଏଥିରେ ବ୍ଲକ କର୍ମଚାରୀ, ଡାକ୍ତର ଖାନା କର୍ମଚାରୀ,ଲରମ୍ଭା ପଞ୍ଚାୟତ କର୍ମଚାରୀ,ଲରମ୍ଭା କଲେଜ କର୍ମଚାରୀ ଓ ଛାତ୍ର ପ୍ରତିନିଧି,ଅଗ୍ନିଶମ ବିଭାଗ,ଥାନା କର୍ମଚାରୀ,ଅଙ୍ଗନ ବାଡି କର୍ମୀ,ଆଶା କର୍ମୀ ଓ ଶିକ୍ଷକ ମାନଙ୍କ ସକ୍ରିୟ ସହଯୋଗ ରହିଥିଲା।
ନବୀନ ଦାଶ ଙ୍କ ରିପୋର୍ଟ ବାସ୍ତବ ଟିଭି….

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏ କଣ ରାଜ ଠାକରେଙ୍କ ଧମକର ପ୍ରଭାବ ? ମୁମ୍ବାଇର ୭୨ ପ୍ରତିଶତ ମସଜିଦରେ ଲାଉଡସ୍ପିକର ଶବ୍ଦ ହ୍ରାସ

Wed Apr 20 , 2022
ମହାରାଷ୍ଟ୍ରରେ ଲାଉଡ ସ୍ପିକର ଉପରେ ଚାଲିଥିବା ବିବାଦ ମଧ୍ୟରେ ମୁମ୍ବାଇର ୭୨ % ମସଜିଦ ଆଜାନ ସମୟରେ ଲାଉଡ ସ୍ପିକର ଶବ୍ଦକୁ ହ୍ରାସ କରିଛି | ଏହା ବ୍ୟତୀତ ଅନେକ ମସଜିଦ ସକାଳର ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ବନ୍ଦ କରି ଦେଇଛନ୍ତି | ମୁମ୍ବାଇ ପୋଲିସର ନିକଟରେ ପ୍ରକାଶିତ ସର୍ଭେରେ ଏହା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପୋଲିସର ଏହି ସର୍ବେକ୍ଷଣ ଏହି ସମୟରେ ଆସିଛି ଯେତେବେଳେ ଅଲ […]

You May Like

Pin It on Pinterest