ଭଦ୍ରକ ପୋଲିସର ବଡ଼ ସଫଳତା,ଗିରଫ କଲେ ଲୁଟେରା ଗ୍ୟାଙ୍ଗ

ବବିତା ସାମଲ(ଭଦ୍ରକ): ଭଦ୍ରକ ପୋଲିସ କୁ ବଡ ସଫଳତା |ଗ୍ରାମାଞ୍ଚଳ ପୋଲିସ ଲୁଟେରା ଗ୍ୟାଙ୍ଗ କୁ ଠାବ କରିଛି , ସୂଚନା ମୁତାବକ ଗତ ୧୯ ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଧରିତ୍ରୀ ନଗର ଅଞ୍ଚଳରେ ସୁନା ଚେନ ଛିନତାଇ ହୋଇଥିଲା | ଜଣେ ମହିଳା ତାଙ୍କ ପିଲା କୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଡକାୟତ ଛିନତାଇ କରିଥିଲେ l

ଯାହାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ଗ୍ରାମାଞ୍ଚଳ ପୋଲିସ ୩ ଜଣ ଲୁଟେରା ଓ ୧ ରିସିଭର କୁ ଗିରଫ କରିଛି | ତାଙ୍କ ନିକଟରୁ ଏକ ହୁଣ୍ଡାଇ କାର, ଦୁଇଟି ବାଇକ, ୫୫ ଗ୍ରାମର ସୁନା ଚେନ, ୨୦ ହାଜର ୩୦୦ ଟଙ୍କା ସହ ମୋବାଇଲ ,ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ୍ ସହ ବିଭିନ୍ନ ଆଇଡି କାର୍ଡ କୁ ଜବତ କରିଛି ପୋଲିସ | ସେମାନେ ଆରଡ଼ି ଛକ ପାଖରେ ଭଡ଼ା ନେଇ ରହୁଥିଲେ l ଏହି ଅଭିଯୁକ୍ତ ମାନଙ୍କ ନାମରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ SDPO ପ୍ରଭାସ ରଂଜନ ପାଲ୍ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Apr 24 , 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ  ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୮୯ ଜଣକୁ ବୃଦ୍ଧି ପାଇଛି ।ଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୨୯ ଜଣ ସୁସ୍ଥ ହୋଇଛନ୍ତି । ମନମୁଖୀ ଅଧିକ ବିଦ୍ୟୁତ୍ ବିଲ ଦେବା […]

You May Like

Pin It on Pinterest