
ସନ୍ତୋଷ ପାତ୍ର(ନର୍ଲା): ନର୍ଲା ବ୍ଲକ୍ ସଦରମହକୁମା ନର୍ଲା ଠାରେ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ଏଠାକାର ହାଇସ୍କୁଲ୍ ଖେ ଳ ପଡିଆ କୁ ଏକ ମିନିଷ୍ଟଡିୟମ୍ ର ରୂପ ଦେବା ପାଇଁ ସମସ୍ତ ପ୍ରକାର ଆନୁଶାଙ୍ଗିକ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ, ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନ ପାରିବା ବ୍ଲକ ପ୍ରଶାସନ ର ଆନ୍ତରିକତା କୁ ପଦାରେ ପକାଇ ଦେଇଛି ।
ଷ୍ଟାଡିୟମ୍ କାର୍ଯ୍ୟ ପାଇଁ ଭୂମିପୂଜା ତଥା ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ, ଟେଣ୍ଡର ପାଇଥିବା ଠିକାଦାର ଏ ପଯ୍ୟନ୍ତ ଏହାକୁ ଆରମ୍ଭ ନ କରିବାର ପଛରେ କେଊ ଅଦୃଶ୍ୟ ଶକ୍ତିର ହାତ ଅଛି ତାହା ବୁଝାପଡୁନାହି । ଜାଣିଶୁଣି ବ୍ଲକ୍ ପ୍ରଶାସନ ର ନାଲିଫିତା ତଳେ ଏହା ଚାପି ହୋଇ ରହିଯାଇ ନି ତ ? କିମ୍ବା ବିଳମ୍ବର କାରଣ କାହିଁକି ହେଉଛି ତାହା ଉପର ବାଲା ହି କହିପାରିବ ।
ବ୍ଲକ୍ ପ୍ରଶାସନ ର ଇଚ୍ଛା ଶକ୍ତିର ଅଭାବ ନା ବିକାଶ ପ୍ରକ୍ରିୟା କୁ ଜାଣିଶୁଣି ବିଳମ୍ବିତ କରାଯାଉଛି ଏ ନେଇ ସର୍ବସାଧାରଣ ରେ ଆଲୋଚନା ଏବଂ ସମାଲୋଚନା ହେଉଛି, ଷ୍ଟାଡିୟମ୍ ନାମରେ ପ୍ରାୟ ସବୁ କାର୍ଯ୍ୟ ମାଟି ସମତୁଳ ରୁ ଆରମ୍ଭ କରି ସିମେଣ୍ଟ କାମ ଥିବାରୁ ଏବଂ ଖୁବ୍ କମ୍ ଦିନ ପରେ ବର୍ଷା ଋତୁ ଆସୁଥିବାରୁ ଏହା ବ୍ଲକ୍ ପ୍ରଶାସନ ର ଚାଲ୍ ନୁହେଁ ତ ବୋଲି ଯୁବକ ମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି, ତେଣୁ ନର୍ଲା ରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କ୍ରୀଡାବିତ୍ ସମେତ ସାଧାରଣ ଜନତା ଦାବୀ କରୁଛନ୍ତି ଏ ବିଷୟରେ ବି, ଡି, ଓ ଙ୍କ ପତିକ୍ରିୟା ନେବାରୁ ମୁଁ ଏ ବିଷୟରେ ଅବଗତ ନ ଥିଲି ବର୍ତ୍ତମାନ ଯଥା ଶୀଘ୍ର ଷ୍ଟାଡିୟମ୍ କାର୍ଯ୍ୟ ନିର୍ମାଣ କରାଯିବ ବୋଲି ମତ ଦେଇଥିଲେ ।