ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ମଇ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ…

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ମଇ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ। ହେଲେ ପରୀକ୍ଷା, ମୂଲ୍ୟାୟନ ଆଦି ଜାରି ରହିବ।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ ହୋଇଛି। ମାତ୍ର ଏହି ସମୟ ମଧ୍ୟରେ ଦଶମ ଓ ଯୁକ୍ତ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ଏନେଇ ବିଭାଗ ଅଧୀନ ସମସ୍ତ ନିର୍ଦେଶାଳୟକୁ ଅବଗତ କରାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅତାବିରା ବ୍ଲକ୍ ସିଲେଟ୍ ପଞ୍ଚାୟତରେ ମହାଦେବ ତ୍ରୀଲୋଚନ ବାବାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ...

Tue Apr 26 , 2022
ନବୀନ ଦାଶ(ଅତାବିରା): ବରଗଡ଼ଜିଲ୍ଲା ଅତାବିରାବ୍ଲକ ସିଲେଟ ପଞ୍ଚାୟତ ସିଲେଟ ଗ୍ରାମରେ ଦେବଦେବ ମହାଦେବ ତ୍ରିଲୋଚନ ବାବା ଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ନିକଟସ୍ଥ ଜଳାଶୟକୁ ବିଧିପୂର୍ବକ (ବନ୍ଧବିବାହ) କରାଯାଇଛି।କର୍ତ୍ତା ଆସନରେ ଭାବରେ ଶିଶିର ସାହୁ ସପତ୍ନିକ ଲଳିତା ସାହୁ,ଭୁବନ ଓ ଧନମତୀ କାର୍ଯ୍ୟ ତୁଳାଇ ଥିଲେ।ପ୍ରତିଷ୍ଠା ଉତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ପୂଜକ ଭାବରେ […]

You May Like

Pin It on Pinterest