ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ…

ପୁରୀ ୨୭।୦୪ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଚାରିଘଣ୍ଟା ବନ୍ଦ ।ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯାଇଥାଏ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଶ୍ରଧାଳୁଙ୍କ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକରେ ତୃତୀୟ ପଞ୍ଚାୟତ ସମିତି ବୈଠକ ଅଙ୍ଗନୱାଡ଼ି ଓ ଶିକ୍ଷା,ଗମନାଗମନ,ଏନ ଆର ଜିଏସ, ପ୍ରଧାନମନ୍ତ୍ରୀ ଆବାସଯୋଜନା ଉପରେ ଗୁରୁତ୍ଵ

Wed Apr 27 , 2022
ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୨୭//୪//୨୦୨୨ – ଚାନ୍ଦବାଲି ଫଚାୟତ ସମିତିର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି , ବୈଠକ ଆରମ୍ଭରୁ ୩୬ ଫଚାୟତର ସରପଞ୍ଚ ଓ ସମିତିସଭ୍ୟ, ଏବଂ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା ମାନେ ସେମାନଙ୍କର ପରିଚୟ ପ୍ରଦାନ ପରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ମିନତି ସୂତାରଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ବିଧାୟକ ଡ଼. ବୋମକେଶ ରାୟ, ବିଡ଼ିଓ ଯୋତି ପ୍ରକାଶ ଦାସ […]

You May Like

Pin It on Pinterest