୧-ଭୁବନେଶ୍ୱର: ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ, ବଜେଟ୍ ଡେଇଁବ ୧.୫୩ ଲକ୍ଷ କୋଟି।
୨-ୟେଦୁରପ୍ପା ସରକାରଙ୍କ ବଡ଼ ନିଷ୍ପତ୍ତି, ସରକାରୀ ଓ ଘରୋଇ ଚାକିରିରେ ସ୍ଥାନୀୟ ଲୋକଙ୍କୁ ମିଳିବ ୭୫ % ସଂରକ୍ଷଣ।
୩-ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ:ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।
୪-ଓଡ଼ିଶାର ‘୫-ଟି’ ଧାରାରେ, କେନ୍ଦ୍ରର ପ୍ରଚଳନ ହେବ ‘୬-ପି’।
୫-୨୮ରେ ଯୋଗଦେବେ ଅମିତ ଶାହା : ୨୯ବର୍ଷ ପରେ ଓଡ଼ିଶାର ଲୋକସେବା ଭବନରେ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ।
୬-ସତ ଲୁଚାଉଛି ଚୀନ ସରକାର,କରୋନା ନେଲାଣି ୨୪,୫୮୯ ଜୀବନ।
୭-ରାଜନଗରର ଘଡ଼ିଆମାଳ ସିଦ୍ଧେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମଧ୍ୟାହ୍ନ ଭୋଜନ ଡାଲମାରୁ ବାହାରିଲା ଚମ୍ପେଇ ନେଉଳ, ୪୦ ଛାତ୍ରଛାତ୍ରୀ ଅସୁସ୍ଥ।
୮-କିସ୍ ବିଶ୍ୱବିଦ୍ୟାଳୟରେ ଭାରତୀୟ ସେନାର ପ୍ରତିନିଧି ଦଳ, ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା।
୯-UNDER 19 WORLD CUP: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ବାଂଲାଦେଶ, ଭାରତ ସହ ଟାଇଟଲ ମୁକାବିଲା।
୧୦-ଆକ୍ସନ ମୋଡ଼ରେ ଭୁବନେଶ୍ୱର ଟ୍ରାଫିକ ପୋଲିସ, ରଙ୍ଗ ରୁଟରେ ଗାଡି ଚଲାଉଥିବା ଅଭିଯୋଗରେ 69 ଜଣଙ୍କ ନାମରେ ମାମଲା।
୧୧-ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗିପ୍ରଚାର ଶେଷ, ଶନିବାର ୧କୋଟି ୪୭ ଲକ୍ଷ ଭୋଟର ନିଷ୍ପତ୍ତି ଦେବେ କିଏ ହେବ ମୁଖ୍ୟମନ୍ତ୍ରୀ।
୧୨-ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍ କାଟ ହେବନି, ୧୦ ଦିନର ମହଲତ ଦେଲା ସେସୁ।