
ଦୁଃଶାସନ ପୃଷ୍ଟି(ଭୁବନ) ୨୮।୦୪ – ଶାଳ ବଣରେ ଝୁଲୁଛି ଯୁବକଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଓଡିଶ ପଞ୍ଚାୟତ ରଗଡ଼ିପଡ଼ା ଗାଁରେ ନିକଟରେ ଘଟିଛି ଘଟଣା । ମୃତକ ଅଁଳାଝରୀ ଗାଁର ତିର୍ଥବାସୀ ପାତ୍ରଙ୍କ ପୁଅ ଦଣ୍ଡୁଆ ପାତ୍ର ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ,ମୃତକ ଅଁଳାଝରୀ ଗାଁର ଦଣ୍ଡୁଆ ପାତ୍ରଏକ ମାସ ପୂର୍ବରୁ ଓଡିଶ ପଞ୍ଚାୟତର ରଗଡିପଡାସ୍ଥିତ ପିଉସା ଘରକୁ ଆସିଥିଲେ । କିନ୍ତୁ ଗୁରୁବାର ସକାଳେ ରଗଡିପଡା ଗ୍ରାମ ନିକଟ ଝରଣା ଶାଳ ଜଙ୍ଗଲରେ ଏକ ଗଛରେ ଦଣ୍ଡୁଆର ଝୁଲନ୍ତା ମୃତ ଦେହ ଲୋକେ ଦେଖିଥିଲେ ।
ଗ୍ରାମବାସୀ ଭୁବନ ଥାନାକୁ ଖବର କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ଭୁବନ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି ।