ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୬୮ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୮୦୨ ଜଣ ସୁସ୍ଥ ହୋଇଛନ୍ତି । 

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ପ୍ରତିବାଦରେ ତଥା ତିଲେଇବଣି ବିଡିଓଙ୍କ ଗିରଫଦାରୀ ଦାବି କରି ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି ।

ରାଜ୍ୟରେ ଆଜିଠୁ ପିଲାଙ୍କ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟାରୁ ସକାଳ ୯ଟା ଯାଏ ପିଲାଙ୍କ ପାଠ ପଢା ହେବ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୮୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୯୫୦୦ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୩୮ ହଜାର ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୨୩୮୬୯ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଆଜି(ସୋମବାର)ଠୁ ତିନି ଦିନିଆ ୟୁରୋପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ମୋଦୀଙ୍କ ଚଳିତ ବର୍ଷର ପ୍ରଥମ ବିଦେଶ ଯାତ୍ରା । ସେ ଜର୍ମାନ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ବୋଲି ଜଣାପଡିଛି। ଏହି ଗସ୍ତବେଳେ ସେ ୮ ଜଣ ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।ଏହାସହ ବିଭିନ୍ନ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ।

ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏରେ ପ୍ରଥମ ମୁଖ୍ୟ ବୈଷୟିକ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି ନେଇ ସିଆଇଏର ନିର୍ଦ୍ଦେଶକ ୱିଲିୟମ ବର୍ନସ ଟ୍ୱିଟରରେ ଘୋଷଣା କରିଛନ୍ତି। ସିଆଇଏର ତଥ୍ୟ ଅନୁଯାୟୀ, ନନ୍ଦ ମୁଲଚନ୍ଦାନିଙ୍କ ସିଲିକନ ଭ୍ୟାଲି ଓ ପ୍ରତିରକ୍ଷା କ୍ଷେତ୍ରରେ ୨୫ ବର୍ଷ ଅଭିଜ୍ଞତା ରହିଛି।

ଆଜିଠୁ ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆରମ୍ଭ ହେଉଛି ମେଟ୍‌ ଗାଲା-୨୦୨୨ । ପ୍ରତିବର୍ଷ ଏହି ଇଭେଣ୍ଟରେ ବଲିଉଡ ତଥା ହଲିଉଡ କଳାକାରଙ୍କ ଷ୍ଟାଇଲର ଜଲୱା ଦେଖିବାକୁ ମିଳେ। ଚଳିତ ବର୍ଷର ମେଟ୍‌ ଗାଲା କାର୍ଯ୍ୟକ୍ରମର ଥିମ୍‌ ରହିଛି ‘In America: An Anthology of Fashion’ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାକାଳପଡ଼ା ବିଜେପି ପକ୍ଷରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଥାନା ଘେରାଉ...

Mon May 2 , 2022
ନିରଞ୍ଜନ ଓଝା (ମହାକାଳପଡ଼ା): ମହାକାଳପଡ଼ା ଭାରତୀୟ ଜନତା ପାର୍ଟି ତରଫରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଥାନା ଘେରାଉ ଏବଂ ମହାକାଳପଡ଼ା ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ସୂଚନାରୁ ପ୍ରକାଶ ତିନିଦିନ ଆଗରୁ ମହାକାଳପଡ଼ା ଛକ ନିକଟରେ ଥିବା ମଦ କାଉଣ୍ଟର ପାଖରେ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ କରିଥିଲେ କିଛି ଦୁର୍ବୃତ୍ତ |ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ମାନଙ୍କୁ ଦୀର୍ଘ ସମୟ […]

You May Like

Pin It on Pinterest