
ଶୁଭ୍ରକାନ୍ତ ରାଉତରାଏ(ଭଦ୍ରକ) ୦୪.୦୫ :ଗୋଟିଏ ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଲୁଟେରା । ଭଦ୍ରକ ଜିଲ୍ଲା ଟାଉନ୍ ଥାନା ବୈକୁଣ୍ଠବିହାର ସ୍ଥିତ ଏକ କଲୋନୀରୁ ଏପରି ଲୁଟ୍ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ୍ଭିନ୍ ଜାରି ରଖିଛି ।
ସୂଚନା ଅନୁଯାଇ,ଗତକାଲି (ମଙ୍ଗଳବାର)ବିଳମ୍ବିତ ରାତିରେ କଲୋନୀର ଅନିମା ମହାନ୍ତି ଘର ପଛ ପଟ ଝରକା ଭାଙ୍ଗି ଭଡ଼ା ଘରେ ରହୁଥିବା ବିଭୂତି ମଲ୍ଲିକଙ୍କ ଗଡରେଜ୍ ଭାଙ୍ଗି ସୁନା ଅଳଙ୍କାର ସହ ଅନ୍ୟାନ୍ୟ ମୁଲ୍ୟବାନ ସାମଗ୍ରୀ ଲୁଟିନେଇଛନ୍ତି । ସେହିପରି ସେହି ଅଞ୍ଚଳର ଜିତେନ୍ଦ୍ର ଶର୍ମାଙ୍କଘରୁ ମଧ୍ୟ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଛି ।

ସେହି ରାତିରେ ଅନ୍ୟ ଗୋଟିଏ ଘରେ ଗ୍ରୀଲ ତାଡି ଲୁଟ୍ କରୁଥିଲେ । ଏହି ସମୟରେ ଘର ଲୋକ ଉଠି ପାଟି କରିବାକୁ ୬ଜଣ ଲୁଟେରା ଦୌଡି ପଳାଇଥିଲେ । ଲୁଟ୍ ପରେ ଟାଉନ୍ ଥାନାରେ ଅଭିଯୋଗ ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି ।