
ଭୁବନେଶ୍ୱର ୦୪।୦୫: ବାତ୍ୟା ଖବର ଶୁଣିଲେ ବିଶେଷକରି ଉପକୂଳ ଜିଲ୍ଲାର ଲୋକମାନଙ୍କ ମନରେ ଛନକା ପଶେ । ହେଲେ ରାଜ୍ୟ ସରକାର ଏ ନେଇ ସବୁବେଳେ ଆଗୁଆ ପ୍ରସ୍ତୁତ । ଏ ଯାଏ ଜଣାପଡିନି କେଉଁ ଆଡ଼କୁ ଯିବ ଆସୁଥିବା ବାତ୍ୟା । ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିକି ରଖିଛୁ।ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇ କହିଛନ୍ତି କି, ୩ ଦିନରେ ବାତ୍ୟାର ଦିଗ ଜଣାପଡ଼ିବ। ସେହି ଅନୁସାରେ ଆମେ ପଦକ୍ଷେପ ନେବୁ ।
ସୂଚନାଯୋଗ୍ୟ ଯେ, ଦକ୍ଷିଣ ଅଣ୍ଡାମାନରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା ସକ୍ରିୟ ମଧ୍ୟ ରହିଛି। ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପରେ ଜଣା ପଡିବ ଏହା କେତେ ଘନୀଭୂତ ହେଉଛି ଏବଂ ବାତ୍ୟାର ରୂପ ନେବକି ନାହିଁ ଓ କେଉଁ ଦିଗରେ ରହିବ। ବର୍ତମାନ ସୁଦ୍ଧା ବାତ୍ୟା ହେବା ଓ ଗତି ଅସ୍ପଷ୍ଟ ରହିଛି।