ଆଜିର ଖାସ୍ ଖବର

୧-ମାର୍ଚ୍ଚ ୧୧ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ, ଲଗାତାର ୬ଦିନ ବନ୍ଦ ରହିବ ବ୍ୟାଙ୍କ।

୨-ପୂର୍ବତଟ ରେଳପଥ ର ସ୍ୱଚ୍ଛତା ମିସନ, ଏଣିକି ଛେପ ପକାଇଲେ ଗଣିବେ ତୁଣ୍ଡ।

୩-ଆଳି:ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ୧୬ ଲକ୍ଷ ଟଙ୍କା ଆତ୍ମସାତ୍‌; ସରପଞ୍ଚ ଓ ଜେଇଙ୍କ ନାଁରେ ମାମଲା ରୁଜୁ।

୪-ପାଣିପାଗ: ଆଜିଠୁ ବଢ଼ିବ ଶୀତ ଓ କୁହୁଡି,ପାଗ ମୁଖ୍ୟତଃ ଶୁଖିଲା ରହିବ।

୫-ପୋଚେଫ୍‌ଷ୍ଟ୍ରୁମ୍‌ : ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲରେ ଭାରତକୁ ୩ ୱିକେଟରେ ହରାଇ ନୂତନ ବିଶ୍ବ ବିଜେତା ବନିଲା ବାଂଲାଦେଶ।

୬-ବାରଙ୍ଗ ଗୋଡିସାହି ବଜାରର ଗହଣା ଦୋକାନରୁ ୬ ମୁଖା ପିନ୍ଧା ଦୁର୍ବୃତଙ୍କ କେଜିଏ ସୁନା ଲୁଟ୍। ବନ୍ଧୁକ ମାଡ଼ରେ ଦୋକାନୀ ଆହତ।

୭-ଭଦ୍ରକ ଜିଲ୍ଲାର ମଧୁସୂଦନ ଗାଁ:ଚୋରି କରିବାକୁ ଆସି ଫଶିଗଲା ଚୋର , ନିର୍ଧୁମ ମାଡ ପରେ ଜୋତା ମାଳ ପିନ୍ଧାଇଲେ ଗ୍ରାମବାସୀ।

୮-ବସରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୯-ଆଉ ଗୋଟିଏ ଅଘଟଣ:ବାଲେଶ୍ବର ବାଲିଆପାଳରେ ପର୍ଯ୍ୟଟକଙ୍କ ଗାଡିରେ ଲାଗିଲା ୧୧ କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ।

୧୦-ବାଲିପାଟଣା ବ୍ଲକ ପୁବାଗଡ ପଂଚାୟତ ଉଚ୍ଚ ବିଦ୍ୟାଳୟ:
ଗୀତ ଗୀତରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ରଞ୍ଜନ ସାର୍ , କଷ୍ଟ ବିଷୟ ଗଣିତ ଓ ବିଜ୍ଞାନ ପିଲାଙ୍କୁ ଲାଗୁଛି ସହଜ।

୧୧-ଭୁବନେଶ୍ୱର:ହାତୀ ଶିକାରୀ ବାବୁଲି ମହାଳିକ ଗିରଫ, ଗୋଟିଏ ହାତୀ ମାରିବା ପାଇଁ ନେଉଥିଲେ ୩୦ ହଜାର ଟଙ୍କା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Feb 11 , 2020
୧-ଖୁବଶୀଘ୍ର ଏକ ଟଙ୍କିଆ ନୋଟ୍‌ ଜାରି କରିବେ କେନ୍ଦ୍ର ସରକାର। ୨-ସଂସଦରେ, IIT ପାଠ୍ୟକ୍ରମରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ସୁରକ୍ଷା ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କେନ୍ଦ୍ରମନ୍ତ୍ରୀ ରଖିଲେ ଉତ୍ତର। ୩-କଂଗ୍ରେସ ନେତା ହାର୍ଦିକ ପଟେଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା, ଏନବିଡବ୍ଲୁ ଜାରି। ୪-ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାରେ, ୪ଯନ୍ତ୍ରୀଙ୍କୁ ନିଲମ୍ୱିତ କରିଲେ ସରକାର। ୫-ଭୁବନେଶ୍ୱର:ଚୋରା ବନ୍ଧୁକ ବେପାର କରୁଥିବା ଅଭିଯୋଗରେ ଦୁଇ […]

You May Like

Pin It on Pinterest