କାଳବୈଶାଖୀ ପ୍ରଭାବରେ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ

ତପ୍ତପାଣି: ୦୫।୦୫:କାଳବୈଶାଖୀ ପ୍ରଭାବରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ଦସେଇପୁର ଏବଂ ଖେମୁଣ୍ଡିଖୋଲ ନିକଟ ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ହୋଇଛି ।

ବାତ୍ୟା ପୂର୍ବରୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ମାଡ଼ରେ ମୁଖ୍ୟ ରାସ୍ତାରେ ଏକ ଘଣ୍ଟା ଧରି ପଡିରହିଛି ଏହି ବୃକ୍ଷ । ଗଞ୍ଜାମ ଗଜପତି ସୀମାନ୍ତ ତଥା ଉଭୟ ପଟରୁ ସହ ସହ ଯାନ ବାହାନ ଗଛର ଉଭୟ ପାଖରେ ଅଟକି ରହିଛି । ହଜାର ହଜାର ଯାତ୍ରୀ ହନ୍ତ ସନ୍ତ ହେଉଥିବା ବେଳେ ଘଟଣା ସ୍ଥଳରେ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଂଚି ରାସ୍ତାରେ ପଡିରହିଥିବା ଗଛକୁ ବାହାର କରୁବାକୁ ଚେଷ୍ଟା କରୁଛନ୍ତି । ସୂଚନା ଥାଉକି ଦୀର୍ଘ ୨ଘଣ୍ଟା ଧରି ବର୍ଷା ଉକ୍ତ ଅଂଚଳରେ ଲାଗି ରହିଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଦଳରୁ ବହିସ୍କୃତ..

Thu May 5 , 2022
କୋରାପୁଟ :୦୫।୦୫: କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଦଳରୁ ବହିସ୍କୃତ । କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଛାତ୍ର ସଭାପତି ଶିବରାଜ ଖଣ୍ଡପାନଙ୍କ ନାମରେ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହେବାପରେ ଦଳ ତାଙ୍କୁ ବହିସ୍କୃତ କରିଛି । ଜିଲ୍ଲାର ଅନେକ ଥାନାରେ ଶିବରାଜଙ୍କ ନାମରେ ଅନେକ ସଙ୍ଗୀନ ମାମଲା ରହିଥିବା ନେଇଅପହୃତ ଛାତ୍ରୀଙ୍କ ମାଆ ଅଭିଯୋଗରେ ଦର୍ଶାଇଛନ୍ତି । […]

You May Like

Pin It on Pinterest