ନାଲଗୁଣ୍ଡା ଏବଂ ମତୋ ଓ ଚଉଦିଆରେ ନୂତନ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ….


ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୫//୦୫//୨୦୨୨ଚାନ୍ଦବାଲି ବ୍ଲକରେ ଅତ୍ୟନ୍ତ ଅସୁରକ୍ଷିତ ଏବଂ ବିପଦ ସଂକୁଳ ଅବସ୍ଥାରେ ଥିବା ୧୦ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ହେବ ନବୀକରଣ ।ଚାନ୍ଦବାଲି ବ୍ଲକ ରେ ପ୍ରତେକ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପାଇଁ ଖର୍ଚ୍ଚ ହେବ ସାଢେ ଚାରିକୋଟିରୁ ଉର୍ଦ୍ଧ୍ବ ଟଙ୍କା ।

ଆଜି ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟାମକେଶ ରାୟ ଓ ତହସିଲଦାର ସୁଶାନ୍ତ କୁମାର ସୁତାର , ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ଓ ଚେୟାରମ୍ୟାନ ଙ୍କ ପ୍ରତିନିଧି ପଟେଲ ସୁତାର, ଦୁଇ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ରାଜସ୍ବ ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ମତୋ ଏବଂ ନାଲଗୁଣ୍ଡା ,ଚଡଦିଆ ରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ,ମତୋ ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ପ୍ରଦୀପ କୁମାର ପଲାଇ ,ଭାଟପଡା ସରପଞ୍ଚ ଙ୍କ ପ୍ରତିନିଧି ପ୍ରଭାସ ନାୟକ ଖେରଙ୍ଗ ପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର କୁମାର ବିଶ୍ୱାଳ, ଜଳେଶ୍ବର ପୁର ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ବେହୁରା, ସମେତ ବହୁ ଜନ ପ୍ରତିନିଧି ଓ ଆର .ଇ ,ଏଆର ଆଇ , ସୁପରଭାଇଜ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶାରେ ମିସନ ଶକ୍ତି କାର୍ଯ୍ୟକ୍ରମ ହେଉଛି ମହିଳା ସଶକ୍ତୀକରଣର ଏକ ପ୍ରତୀକ - ମୁଖ୍ୟମନ୍ତ୍ରୀ

Thu May 5 , 2022
ଭୁବନେଶ୍ବର(ପ୍ରମୋଦ ନାୟକ) : ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ମହିଳା ବିଜନେସ୍‌ ମେଳାକୁ ଭର୍ଚୁଆଲ ‌ମାଧ୍ୟମରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି ଯେ, ଓଡ଼ିଶାରେ ଆମର ମିସନ ଶକ୍ତି କାର୍ଯ୍ୟକ୍ରମ ହେଉଛି ମହିଳା ସଶକ୍ତୀକରଣର ଏକ ପ୍ରତୀକ। ଏହା ଜରିଆରେ ଗ୍ରାମୀଣ ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଓଡ଼ିଶାରେ ଦେଶର ପ୍ରଥମ ମହିଳା ବିଜନେସ୍ ମେଳା ଆୟୋଜନ କରିଥିବାରୁ ସେ […]

You May Like

Pin It on Pinterest