ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ପେନସନ୍ ଅଦାଲତ ଆସନ୍ତା ଜୁଲାଇ ମାସଠାରୁ ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ…

ବାରିପଦା ୦୬/୦୫/୦୨୨ – ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର(ଏ. ଜି )ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଉଦଯାପିତ ହୋଇଯାଇଛି l ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ପେନସନ ଅଦାଲତରେ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପ ଲେଖା ନିୟନ୍ତ୍ରକ ପୁଷ୍ପଶ୍ରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ l

ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ତାଙ୍କ ଅଭିଭାଷଣରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପେନସନ ପ୍ରଦାନ ପାଇଁ ସରକାରୀ ନିର୍ଦେଶନାମା ଥିବା ସତ୍ବେ ପେନସନ ମଞ୍ଜୁରକର୍ତମାନେ ଠିକ ସମୟରେ ସେମାନଙ୍କର ପେନସନ କାଗଜପତ୍ର ଏ. ଜି କିମ୍ବା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ପଠାଉନାହାନ୍ତି l ଯାହାଫଳରେ ବାହୁବର୍ଷ ଧରlଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ପେନସନ ପାଇବାରେ ବିଳମ୍ବ ହେଉଅଛି l ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ୨୦୧୮ ମସିହାରୁ ବିଭିନ୍ନ ସମୟରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି l ମାତ୍ର ପେନସନ ମଞ୍ଜୁରକର୍ତ୍ତାମାନେ ସେହି ପୁରୁଣା ପଦ୍ଧତିରେ ପେନସନ କାଗଜ ପଠାଉଛନ୍ତି l ଆସନ୍ତା ଜୁଲାଇ ମାସଠାରୁ ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ଓ ପେନସନ ମଞ୍ଜୁରକର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି l

ପୁରୁଣା ପଦ୍ଧତିରେ ପଠାଇଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ଉପ ମହାଲେଖାକାର ପ୍ରକାଶ କରିଛନ୍ତି l ଏହି ପେନସନ ଅଦାଲତରେ ୨୦୧୨ ରୁ ୨୦୨୧ ପ୍ରଯ୍ୟନ୍ତ ୧୮୦ ଟି ବକେୟା ପେନସନ ପ୍ରାପ୍ୟ ଉପରେ ଶୁଣାଣି କରାଯାଇ ପେନସନ ମଂଜୁର ପାଇଁ ପଦକ୍ଷେପ ନିଆଗଲା l ବିଗତ 2 ବର୍ଷ ମଧ୍ୟରେ ମୟୁରଭଞ୍ଜ ଜିଲ୍ଳାରେ ୯୮୯ ଜଣ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କ ମଧ୍ୟରୁ ୬୨୯ ଜଣଙ୍କ ପେନସନ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପେନସନ ମଂଜୁର ପାଇଁ ପଠାଯାଇଥିଲା l ସେଥିମଧ୍ୟରୁ ୪୮ ଟି ଠିକ କାଗଜପତ୍ର ନ ଥିବାରୁ ଫେରି ଆସିଥିଲା ଲ ଜିଲ୍ଲାପାଳ ଶ୍ରୀ ଭାରଦ୍ୱାଜ ଓ ଶ୍ରୀରାଜ ଅଶୋକ ଫଇସଲା ହୋଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଟୁଇଟି ଆଦେଶ ପ୍ରଦାନ କରିଥିଲେ l

ଏହି ପେନସନ ଅଦାଲତକୁ ଉପ ଜିଲ୍ଲାପାଳ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଓ ସୁଶୀଲ ମିଶ୍ର ପରିଚାଳନା କରିଥିଲେ ଲ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ପେନସନ ଅଦାଲତ ଅନୁଷ୍ଠିତ ହେବ ବୋଳି ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିର୍ଯାତିତ ସ୍ୱାମୀର ଶେଷ ଚିଠି,"ମୁଁ ମୋ ଜାଆଁଳା ପୁଅ ଝିଅଙ୍କୁ ତିନି ମାସ ହେଲା ଦେଖିନି"...

Sat May 7 , 2022
ଦେବେନ୍ଦ୍ର ବିଶ୍ୱାଳ(ରାଉରକେଲା): ୦୭।୦୪-ନିର୍ଯାତିତ ସ୍ୱାମୀର ଶେଷ ଭିଡିଓ,ମୃତ୍ୟୁ ପୂର୍ବରୁ ଶେଷ କଥା ।ଭିଡିଓ ବୟାନ କରୁଛି ରାଉରକେଲା ସିଭିଲ ଟାଉନସିପ ଅଂଚଳର ଯୁବ ବ୍ୟବସାୟ ରାଉଲ ଅଗ୍ରଓ୍ବାଲଙ୍କ ଆତ୍ମହତ୍ୟାର ଲୁହଭିଜା କାହାଣୀ ।ମୃତ୍ୟୁ ପୂର୍ବର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି । ରାଉଲ ମୃତ୍ୟୁ ପୁର୍ବରୁ ନିଜେ ଭିଡ଼ିଓରେ ବାପା ମା ଭାଇ ଭଉଣୀ ପତ୍ନୀ ଓ ପୁଅ ବିଷୟରେ କହିଛନ୍ତି । ଜୀବନ ହାରିବା ପୂର୍ବରୁ ବାପା […]

You May Like

Pin It on Pinterest