
ଦେବେନ୍ଦ୍ର ବିଶ୍ୱାଳ(ରାଉରକେଲା): ୦୭।୦୪-ନିର୍ଯାତିତ ସ୍ୱାମୀର ଶେଷ ଭିଡିଓ,ମୃତ୍ୟୁ ପୂର୍ବରୁ ଶେଷ କଥା ।ଭିଡିଓ ବୟାନ କରୁଛି ରାଉରକେଲା ସିଭିଲ ଟାଉନସିପ ଅଂଚଳର ଯୁବ ବ୍ୟବସାୟ ରାଉଲ ଅଗ୍ରଓ୍ବାଲଙ୍କ ଆତ୍ମହତ୍ୟାର ଲୁହଭିଜା କାହାଣୀ ।ମୃତ୍ୟୁ ପୂର୍ବର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି ।
ରାଉଲ ମୃତ୍ୟୁ ପୁର୍ବରୁ ନିଜେ ଭିଡ଼ିଓରେ ବାପା ମା ଭାଇ ଭଉଣୀ ପତ୍ନୀ ଓ ପୁଅ ବିଷୟରେ କହିଛନ୍ତି । ଜୀବନ ହାରିବା ପୂର୍ବରୁ ବାପା ମାଙ୍କୁ କ୍ଷମା ମାଗି କହିଛନ୍ତି ନିର୍ଯାତନା ସହିବାର ସୀମା ଟପିଗଲା । ଶେଷରେ ଜୀବନ ହାରିବାକୁ ବାଧ୍ୟ ହେଲି।
ସୂଚନା ଅନୁଯାଇ,ମିଥ୍ୟା ଯୌତୁକ ମାମଲା ପାଇଁ ବଦନାମ କରି ଶାଶୂ ଶ୍ବଶୁର ଦେଉଥିଲେ ମାନସିକ ନିର୍ଯାତନା ।ସ୍ବୀ ମଧ୍ୟ ବାରମ୍ବାର ଶାଶୂ ଶ୍ବଶୁର ଏବଂ ଶାଳକଙ୍କ ପ୍ରରୋଚନାରେ ମାନସିକ ନିର୍ଯାତନା ଦେଇଆସୁଥିଲେ । ଯୁବ ବ୍ୟବସାୟୀ ରାଉଲ ଅଗ୍ରଓ୍ବାଲ ୨୦୧୨ରେ ଝାଡ଼ଖଣ୍ଡ ଜାମସେଦପୁରରେ ବିବାହ କରିଥିଲେ । ୨୦୨୦ ଫେବୃଆରୀ ୧୪ରେ ସ୍ତ୍ରୀ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଆଣିଥିଲେ । ରାଉଲ ଆତ୍ମହତ୍ୟା ପୂର୍ବରୁ ଏହା ମଧ୍ୟ ଭିଡ଼ିଓରେ କହିଛନ୍ତି ଯେ,”ମୁଁ ମୋ ଜାଆଁଳା ପୁଅ ଝିଅଙ୍କୁ ତିନି ମାସ ହେଲା ଦେଖିନି, ପୁଅ ଝିଅଙ୍କୁ ମୋ ଠାରୁ ଦୂରରେ ରଖାଯାଇଛି” ।
ଏମିତି ଭିଡ଼ିଓ ଭାରରାଲ କରିବା ପରେ ରାଉଲ ଜାମସେଦ ପୁର ଯାଇ ସାତ ମହଲା କୋଠାରୁ ଗତ ୫ ତାରିଖ ଅପରାହ୍ଣରେ ଡ଼େଇଁ ଆତ୍ମହତ୍ୟା କରିଛନ୍ତି ।
ଅନ୍ୟପକ୍ଷରେ ରାହୁଲ ମୃତ୍ୟୁ ପୂର୍ବରୁ ଜାରି କରିଥିବା ଭିଡ଼ିଓରେ କହିଛନ୍ତି ଯେ,ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛି, ଆମ ପରିବାର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଯେଉଁ ଅଭିଯୋଗ ହୋଇଛି,ତାହାର ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ପତ୍ନୀଙ୍କ ପରିବାର ଲୋକଙ୍କ ଲାଇଭ୍ ଡିଟେକ୍ଟ ଟେଷ୍ଟ କରାଯାଉ । ସେମାନେ ସତ କହୁଛନ୍ତି କି ମିଛ କହୁଛନ୍ତି ତାହା ସ୍ପଷ୍ଟ ହୋଇଯିବ । ସେ ଆହୁରି କହିଛନ୍ତି ଯେ, ପୁଲିସ୍ ତାଙ୍କ ପରିବାର କଥା କିଛି ଶୁଣୁନଥିଲା । ଟଙ୍କା ନେଇ ପୁଲିସ୍ ଶ୍ୱଶୁର ଘର ଲୋକଙ୍କ କଥା ଶୁଣୁଥିଲା ।”
ସତରେ ଆମ ଆଇନ ବଡ ବିଚିତ୍ର ନାରୀକୁ ସମ୍ମାନ ଦେବା ଆଢୁଆଳରେ ,ନାରୀଙ୍କୁ ନ୍ୟାୟ ଦେବାକୁ ଯାଇ ,ନାରୀନିର୍ଯାତନା କୁ ପ୍ରାଧାନ୍ୟ ଦିଆଯାଉଛି ।ଦିଆ ଜୀବାବି ଦରକାର, ହେଲେ ବେଳେବିଲେ ପୁରୁଷ ବିଚରା ମଣିଷଟେ ପାଲଟି ଯାଏ ।ମହିଳା ଯାହା କହିଦେଲେ ତାହା ସତ,ପୁରୁଷ ଅଗ୍ନି ପରୀକ୍ଷା ଦେଳେବି ଆଇନ ଆଖିରେ ମିଛ ।ମହିଳା ମାନଙ୍କ ପାଇଁ ମହିଳା କମିଶନ ହେଲେ ବିଚରା ପୁରୁଷ … ।ଦ୍ୱିତୀୟଟି ଏ ପୋଲିସ ପୋଷାକ ରୁ ଲାଞ୍ଚର କଳଙ୍କ କେବେ ଲିଭିବ ?



