ଆଜିର ଖାସ୍ ଖବର

୧-କଲବଲ କରିବ ଗ୍ରୀଷ୍ମ। ଭୟଙ୍କର ହେବ ଏ ବର୍ଷର ତାପମାତ୍ରା,ବିଶେଷଜ୍ଞଙ୍କ ଆକଳନରେ ଗତବର୍ଷ ତୁଳନାରେ ଏବର୍ଷ ଅଧିକ ୧-୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା।

୨-ଭୁବନେଶ୍ୱର:April ପହିଲାରୁ BS-IV ଯାନର ପଞ୍ଜିକରଣ ବନ୍ଦ।

୩-ଟ୍ରାଫିକ୍ ଜାମରେ ଫଶି ଶିଶୁ ମୃତ୍ୟୁ ଘଟଣା, ଟ୍ରାଫିକ ଡିସିପି ଓ କ୍ୟାପିଟାଲ ହସପିଟାଲକୁ ରିପୋର୍ଟ ତଲବ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।

୪-ଆଜିଠାରୁ ବଜେଟ୍ ଅଧିବେଶନ।ପୋଡିୟମ ନିକଟକୁ ଆସିଲେ କାର୍ଯ୍ୟାନୁଷ୍ଠାନ: ବାଚସ୍ପତି।

୫-ସରକାର କର୍ମଚାରୀଙ୍କୁ ମିଳିବ ୧୦% ବକୟା ଭର୍ତ୍ତା। ରାଜକୋଷ ଉପରେ ପଡ଼ିବ ୬୫୦କୋଟିର ବୋଝ।

୬-ରାଜନୈତିକ ଦଳ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ, ଏଣିକି ୱେବସାଇଟରେ ଅପଲୋଡ କରିବେ ଅପରାଧୀ ପାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ।

୭-କରୋନାକୁ ନେଇ ଚୀନରେ ହା ହା କାର ପରିସ୍ଥିତି, ଗୋଟିଏ ଦିନରେ 242ଜଣଙ୍କ ମୃତ୍ୟୁ, 15,000ରୁ ଅଧିକ ଆକ୍ରାନ୍ତ।

୮-ଶୁଖୁଆକୁ ସାବଧାନ୍‌ ଶୁଖୁଆ ନାଁରେ ବିକ୍ରି ହେଉଛି ବିଷ , ଖାଇଲେ ହେଉଛି କ୍ୟାନସର।

୯-ଦବିଲା ହରିଦାସପୁର ମାର୍ଶାଘାଇ ନିର୍ମାଣଧୀନ ରେଳଲାଇନ। ନିମ୍ନମାନର କାମ ନେଇ ଆସିଲା ଅଭିଯୋଗ।

୧୦-ପୁଲୱାମା ଆକ୍ରମଣକୁ ବର୍ଷେ- ସହିବନି ବରଂ ସୀମା ଡେଇଁ ଜବାବ ଦେଇଥିଲା ଭାରତ।୪୦ ଜଣ ସିଆରପିଏଫ୍‌ ଯବାନ ସହିଦ୍‌ ହୋଇଥିଲେ ଆଜିର ଦିନରେ।

୧୧-ଭୁବନେଶ୍ୱର: ଯୁବତୀଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଣି ସାମନାକୁ ଆସିଲା ନୂଆ ଟ୍ଵିଷ୍ଟ, ଫାୟାରିଂ ପଛରେ ରହିଛି ଏକ ତରଫା ପ୍ରେମ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Feb 15 , 2020
୧-ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ଭେଟି, ୫% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ୨-ଯାଜପୁର:କିନ୍ନରଙ୍କୁ ଗୁରୁଦାୟିତ୍ୱ , ସରକାରୀ ଯୋଜନାକୁ ପହଂଚାଇବେ ସାଧାରଣ ଲୋକଙ୍କ ପାଖରେ। ୩-୧୦ ଜୀବନ ଗଲାପରେ ଶକ୍ତି ବିଭାଗର ଭାଙ୍ଗିଲା ନିଦ, କମ୍ ଉଚ୍ଚତାରେ ଝୁଲିଥିବା ୧୧ କେଭି ତାରର ସ୍ଥାନ ଚିହ୍ନଟ କଲା ଶକ୍ତି ବିଭାଗ। ୪-ଖୋଲିଲା ଅନୁପ ସାଏଙ୍କ ଡବଲ ମର୍ଡର ମିଷ୍ଟ୍ରି, ପରକୀୟା ପ୍ରୀତିରୁ ଫିଲ୍ମ ଷ୍ଟାଇଲରେ ହୋଇଥିଲା ହତ୍ୟାକାଣ୍ଡ। […]

You May Like

Pin It on Pinterest