ଲକ୍ଷ ନୃତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ହେଲେ ବିଶିଷ୍ଟ କଳାକାର…

ଭୁବନେଶ୍ୱର: ଓଡ଼ିଶାର ନୃତ୍ୟ ଅନୁଷ୍ଠାନ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର ବାର୍ଷିକ ସଂଗୀତ ଓ ନୃତ୍ୟ ସମାରୋହ ସ୍ଥାନୀୟ ଓଡିଶୀ ଗବେଷଣା କେନ୍ଦ୍ର ଠାରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛିl ଓଡିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟନିର୍ବାହୀ ଡ଼ ସଂଗୀତା ଗୋସାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାରମ୍ପରିକ ନୃତ୍ୟ ଓ ସଂଗୀତ ସମାରୋହରେ ମାନ୍ୟବର ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି , ରାଜସ୍ଥାନ ଭାରତୀୟ ପ୍ରଶାସନିକ ଅଧିକାରୀ ଜଗଦୀଶ ଚନ୍ଦ୍ର ମହାନ୍ତି, ପ୍ରଶାସକ ଭବାନୀ ଚନ୍ଦ୍ର ପଟ୍ଟନାୟକ ଓ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର ପ୍ରତିଷ୍ଠାତା କ୍ଷଣପ୍ରଭା ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

ଅତିଥିମାନେ ତାଙ୍କ ଏହି ଅବସରରେ ଓଡିଶାର ପ୍ରତିଷ୍ଠିତ ବିଶିଷ୍ଟ ଲଘୁ କଣ୍ଠ ଶିଳ୍ପୀ ବିଭୁ କିଶୋରଙ୍କୁ ଲକ୍ଷ୍ୟ ସଂଗୀତ ସମ୍ମାନ , ଓଡିଶୀ ନୃତ୍ୟଙ୍ଗନା ପୂର୍ଣ୍ଣଶ୍ରୀ ରାଉତଙ୍କୁ ଲକ୍ଷ୍ୟ ନୃତ୍ୟ ସମ୍ମାନ, ବିଶିଷ୍ଟ ସୀତାର ବାଦକ ସ୍ଵପ୍ନେଶ୍ଵର ଚକ୍ରବର୍ତ୍ତୀଙ୍କୁ ଓଡିଶୀ ବାଦ୍ୟ ସମ୍ମାନ ଓ ଓଡିଶୀ ନୃତ୍ୟଙ୍ଗନା ସ୍ୱାଧୀନା ଦାସଙ୍କୁ ଲକ୍ଷ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଅତିଥିମାନେ ଓଡିଶୀ ବାଦ୍ୟ ଓ ନୃତ୍ୟକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ l

ଶେଷରେ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ, ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଗୁରୁ ଶ୍ରୀ କ୍ଷଣପ୍ରଭା ପରିଡା ଓ ଗୌରୀ ଶଙ୍କର ମହାପାତ୍ର ସଂଯୋଜନା କରିଥିଲେ ଏବଂ ସରୋଜ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମ୍ଭାବ୍ୟ ବାତ୍ୟା ପୁର୍ବ ପ୍ରସ୍ତୁତି କୁ ନେଇ ରିଲିଫ କମିଶନର ପ୍ରଦୀପ ଜେନା ଙ୍କ ଜିଲ୍ଲାପାଳ ଙ୍କୁ ତାଗିଦ୍...

Sun May 8 , 2022
ପ୍ରମୋଦ ନାୟକ(ଭୁବେନେଶ୍ବର): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଆଜି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ,ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଆସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ […]

You May Like

Pin It on Pinterest