
ପ୍ରମୋଦ ନାୟକ(ଭୁବେନେଶ୍ବର): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଆଜି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ,ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଆସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳ ମାଟିଘର ଓ କୁଡିଆଘରେ ବାସକରୁଥିବା ଜନ ସାଧାରଣଙ୍କୁ ୧୦ ତାରିଖଦିନ ଅପରହ୍ମ ସୁଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ ।
ସେହିପରି ଆଗାମି ୧୫ ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବାସହ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବ । ଓଡ୍ରାଫଟିମକୁ ଆସନ୍ତା ୯ ତାରିଖ ଦିନ ସକାଳ ସୁଦ୍ଧା ୬ ଟି ଓଡ୍ରାଫ ଟିମ ପୁରୀ ଜିଲ୍ଲା ଓ
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଗଞ୍ଜାମ, ଭଦ୍ରକ, ଜଗତସିଂହପୁର, ଓ କେନ୍ଦ୍ରାପରା ଜିଲ୍ଲାରେ ମୁତୟନ କରାଯିବ ।୧୮ ଟି ଜିଲ୍ଲାର ଜିଲ୍ଲାପାଳ, ଭୁବେନେଶ୍ବର, କଟକ ଓ , ବ୍ରହ୍ମପୁର ମୁନିସିପାଲ କମିଶନର ମାନେ ବାତ୍ୟା ସମୟରେ ହେବାକୁ ଥୁବା ବର୍ଷା ଦ୍ୱାରା ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବା ବେଳେ ଯଦି ଏଭଳି ପରିସ୍ଥିତି ଉପୁଯେ ଏହି ସବୁ ସ୍ଥାନରୁ ଜଳ ନିଷ୍କାସନର ବ୍ୟବସ୍ତା କରିବେ ।
ଗ୍ରାମ ଉନ୍ନୟନ, ଜଳସମ୍ପଦ, ନଗରଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କର ସମସ୍ତ ମାନବ ସମ୍ବଳ ଓ ମେସିନ ସଜାଗ ରଖୁବା ପାଇଁ ନିର୍ଦ୍ଦେଶ ଦିଆ ଜାଇଛି । ଅବଶ୍ୟକ ସ୍ଥଳେ ଏସ ଆରସି ଙ୍କ ନିର୍ଦ୍ଦେଶ ମତେ ସେମାନଙ୍କୁ ନିୟୋଜନ କରାଯିବ ।