
ପ୍ରମୋଦ ନାୟକ(ଭୁବନେଶ୍ଵର): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ସାରିଛି। ଏବେ ପ୍ରଚାର ପାଇଁ ସଳବାଜ ହେଲେଣି ଦଳ ତଥା ପ୍ରାର୍ଥୀଙ୍କ ସମର୍ଥକ ।ଏବେ ସରଗରମ ହେବ ବ୍ରଜରାଜ ନଗର ରାଜନୀତି । କମ୍ପିବ ବ୍ରଜରାଜନଗର ମଇଦାନ। ଛୁଟିବ ନେତାଙ୍କ ସୂଅ। ଏହି ପରିପେକ୍ଷୀରେ ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ସଭାପତି ସମୀର ମହାନ୍ତିଙ୍କ ସହ ୫ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି।
ପ୍ରଚାର ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ପାଞ୍ଚ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ଵିନ ବୈଷ୍ଣବ ଏବଂ ବିଶେଶ୍ଵର ଟୁଡୁଙ୍କ ସହ ବରିଷ୍ଠ ନେତା ଜୁଏଲ ଓରାମ, ଓଡିଶା ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ଵରୀ,ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ ଅଛନ୍ତି। ଉଲ୍ଲେଖନୀୟ ବ୍ରଜରାଜନଗର ଉପ ନିର୍ବାଚନରେ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି।






