ତନ୍ତ୍ର ମନ୍ତ୍ର ଆଳରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଭଣ୍ଡ ତାନ୍ତ୍ରିକକୁ ଗିରଫ କଲା ପୋଲିସ୍

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ବାରାକୁଲାରେ ଜଣେ ତାନ୍ତ୍ରିକ ମହିଳାଙ୍କୁ ରୋଗମୁକ୍ତ ପାଇଁ ପୂଜାପାଠ କରିବା ଆଳରେ ତାଙ୍କୁ ଅସଦାଚରଣ କରିଛନ୍ତି । ମହିଳା ଜଣକଙ୍କର ଦେହ ଖରାପ ଥିବାରୁ ତାଙ୍କ ସ୍ବାମୀ ଜଣେ ତାନ୍ତ୍ରିକଙ୍କୁ ଡ଼କାଇଥିଲେ ।

ତାନ୍ତ୍ରିକ ଜଣକ ସଂପୃକ୍ତ ମହିଳାଙ୍କ ଘରେ ପହଁଚି ଗୋଟିଏ ନିରଳା ଘରେ କବାଟ ବନ୍ଦ କରି ପୂଜା କାଠ କରିବାକୁ କହିଥିଲେ , ତାନ୍ତ୍ରିକ ଜଣକ ଏହି ସୁଯୋଗରେ ମହିଳାଙ୍କୁ ଅସାଦାଚରଣ କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ମହିଳା ଜଣକ ପାଟିକରି ପରିବାର ଲୋକଙ୍କୁ କହିଥିଲେ ।

ଏହି ଘଟଣାରେ ମହିଳାଙ୍କ ସ୍ଵାମୀ ବାବୁଲି ଜେନା ବାଂଶଡା ଥାନାରେ ଅଭିଯୋଗ କରିବା ପରେ ବାଂଶଡା ପୋଲିସ କେଶ 171/22 ମୂଳେ ଭଣ୍ଡ ତାନ୍ତ୍ରିକ( ସାଧୁଆ ଜେନା )କୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇଏ ବି'ଜଣେ ମାଆ, ଝିଅ ପାଇଁ ୩୦ ବର୍ଷ ହେଲା ପୁରୁଷ ବେଶରେ...

Mon May 16 , 2022
ମାଆ ବାପା ସନ୍ତାନ ପାଇଁ କେତେ କଷ୍ଟ ସହନ୍ତି,କୌଣସି ପୁଅ ଝିଅ କେବେ ବୁଝାନ୍ତୁ କି ନ’ବୁଝାନ୍ତୁ ସେଥିରେ କେବେ ଅବସୋସ କରିବାର କେହି ଦେଖିନି ବାପା ମାଆ ମାନଙ୍କୁ ।ପୁଅ ଝିଅଙ୍କୁ ମଣିଷ କରିବାକୁ ବାପା, ମା’ କେତେ କଷ୍ଟ ସହନ୍ତି ତାକୁ କଳିବାକୁ ବୋଧହୁଏ କାହାରି ପାଖରେ ଭାଷା ନାହିଁ । ତାହା କେବଳ ସେହିମାନେ ନିଜେ ହିଁ ଜାଣନ୍ତି । ଏମିତି ଜଣେ ମହିଳା ନିଜ […]

You May Like

Pin It on Pinterest