ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨,୧୮ ଟି ପଦକ ସହ ଫେରିଲେ ଓଡିଶା ଦଳ ସେଥିରେ ୮ ଟି ସ୍ୱର୍ଣ୍ଣ…

ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨- ଟିମ ମ୍ୟାନେଜର ରାଜକୁମାର ବେହେରାଙ୍କ ତତ୍ୱାଭଧାନରେ ରେ ଓଡ଼ିଶାର ଦଳର ବୃହତ ସଫଳତା | ବେଙ୍ଗାଲୁରୁରେ ଅନୁଷ୍ଠିତ କ୍ରୀଡା ଇଭେଣ୍ଟରେ ଓଡ଼ିଶାର ସଫଳ ଯାତ୍ରା ସମସ୍ତଙ୍କୁ ଗୌରବାନ୍ୱିତ କରିଛି | ଓଡ଼ିଶାର ୪୦ ବର୍ଷ ରୁ ୫୫ ବର୍ଷ ବର୍ଗରେ ଚମକ ସୁରୁଷି କରିଛନ୍ତି ଓଡ଼ିଶାର ଖେଳାଳି |ଏହି ଖେଳରେ ଓଡିଶା ଟୋଟାଲ ୧୮ ଟି ପଦକ ଜିତିଥିବା ବେଳେ, ସେଥିରେ ୮ ଟି ସ୍ୱର୍ଣ୍ଣ ପଦକ, ୫ ଟି ରୌପ୍ୟ ଓ ୫ ଟି କାଂସ୍ୟ ପଦକ ରହିଛି |

ମାଷ୍ଟର୍ସ ଗେମ୍ସ-୨୦୨୨ରେ ରେକର୍ଡ ସୃଷ୍ଟି କରିଛନ୍ତି, ୪୫ ବର୍ଷ ବର୍ଗରେ ସନ୍ତୋଷ କୁମାର ପ୍ରଧାନ| ଶ୍ରୀ ପ୍ରଧାନ ୩ ଟି ସ୍ୱର୍ଣ୍ଣ,ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିବା ବେଳେ ,୫୫ ବର୍ଷ ବର୍ଗରେ କିଶୋର ଚନ୍ଦ୍ର ରଥ ୧ ସ୍ୱର୍ଣ୍ଣ,୧ ରୌପ୍ୟ ଓ ୨ ଟି କାଂସ୍ୟ ପଦକ ଜିତିଛନ୍ତି |

ସେହିପରି ୫୫ରୁ ଅଧିକ ବୟସ୍କ ବର୍ଗରେ ପ୍ରକାଶ କୁମାର ପ୍ରଧାନ ୨ ଟି ସ୍ୱର୍ଣ୍ଣ ଓ ୧ ଟି ରୌପ୍ୟ ପଦକ ହାସଲ କରିଛନ୍ତି | ଜିତେନ୍ଦ୍ର କୁମାର ଧର ୫୦ ବର୍ଷ ବର୍ଗରେ ୧ ଟି ସ୍ୱର୍ଣ୍ଣ ଓ ୧ ଟି ରୌପ୍ୟ ପଦକ ଜିତିଛନ୍ତି | ଏହା ପଛକୁ ଟୁକୁ ସେଠି ୪୦ ବର୍ଷରୁ ଅଧିକ ବରଂ ରେ ୧ ସ୍ୱର୍ଣ୍ଣ ଓ ୩ ଟି କାଂସ୍ୟ ପଦକ ଜିତିଥିବା ବେଳେ ଫୁଟ୍ବଲରେ ଓଡିଶା ଦଳ ରୌପ୍ୟ ପଦକ ହାସଲ କରିଛି |

ପଦକ ତାଲିକା -କିଶୋର ଚନ୍ଦ୍ର ରଥ- ୪ *୧୦୦ ମିଟର ରେସ ସ୍ୱର୍ଣ୍ଣ,ଟ୍ରିପୁଲ ଜମ୍ପ – ରୌପ୍ୟ,ହାଇ ଜମ୍ପ- କାଂସ୍ୟ,ଲଙ୍ଗଜମ୍ପ-କାଂସ୍ୟ |ପ୍ରକାଶ ଗଡ଼ନାୟକ- ଲଙ୍ଗ ଜମ୍ପ-ସ୍ୱର୍ଣ୍ଣ, ୧୦୦ ମିଟର ରେସ ସ୍ୱର୍ଣ୍ଣ,୨୦୦ ମିଟର ରେସ ରୌପ୍ୟ | ସନ୍ତୋଷ କୁମାର ପ୍ରଧାନ – ଲଙ୍ଗ ଜମି ସ୍ୱର୍ଣ୍ଣ,ତ୍ରିପିଲ ଜମ୍ପ ସ୍ୱର୍ଣ୍ଣ,୧୧ଅ ମିଟର ହଡ଼ଲସ-ସ୍ୱର୍ଣ୍ଣ,ହାଇ ଜମ୍ପ-ରୌପ୍ୟ |ଜିତେନ୍ଦ୍ର କୁମାର ଧର – ୨୦୦ ମିଟର ରେସ -ସ୍ୱର୍ଣ୍ଣ,୧୦୦ ମିଟର ରେସ ରୌପ୍ୟ |ଟୁକୁ ସେଠି- * ୧୦୦ ରିଲେ ରେସ-ସ୍ୱର୍ଣ୍ଣ,୧୦୦ ମିଟର ରେସ କାଂସ୍ୟ,୨୦୦ ମିଟର ରେସ-କାଂସ୍ୟ,ଲଙ୍ଗ ଜମ୍ପ-କାଂସ୍ୟ | ଏଥିସହ ଫୁଟ୍ବଲରେ ରୌପ୍ୟ ପଦକ ହାସଲ କରିଚି ଓଡିଶା ଦଳ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜୁନ ୩୦ରୁ ଅମରନାଥ ଯାତ୍ରା-ବହୁ ସ୍ତରୀୟ ସୁରକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ସ୍ନାଇପର ନିୟୋଜନ, ସାଟେଲାଇଟ୍ ରଖିବ ଯାତ୍ରୀଙ୍କ ଉପରେ ନଜର...

Tue May 17 , 2022
ବିପଦର ପ୍ରତ୍ୟେକ ଦିଗକୁ ଅନୁଭବ କରିବା ପରେ ଅମରନାଥ ଯାତ୍ରା ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଉଛି | ଡ୍ରୋନ୍ ଆକ୍ରମଣ, ଷ୍ଟିକ୍ ବୋମା ଏବଂ ଆତଙ୍କବାଦୀଙ୍କ ଆକ୍ରମଣ ଭଳି ଆଶଙ୍କା ଦୂର କରିବା ପାଇଁ ଏକ ବହୁ ସ୍ତରୀୟ ସୁରକ୍ଷା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି | ଜୁନ୍ ୩୦ ରୁ ଅମରନାଥ ଯାତ୍ରା ସମୟରେ କେନ୍ଦ୍ରୀୟ ସାମରିକ ବାହିନୀର ବ୍ୟାପକ ନିୟୋଜନ ସହିତ କାଶ୍ମୀରରେ ଉପସ୍ଥିତ ଥିବା […]

You May Like

Pin It on Pinterest