ରାଜ୍ୟ କ୍ୟାବିନେଟ ବୈଠକରେ ୩୨ ପ୍ରସ୍ତାବକୁ ମିଳିଲା ପାରିତ , ବିରୋଧୀ ଙ୍କ ପ୍ରଶ୍ନ ବିଭାଗୀୟ ମନ୍ତ୍ରୀ ଯାଣିଛନ୍ତିତ ?

ପ୍ରମୋଦ ନାଏକ(ଭୁବନେଶ୍ୱର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୨ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ ଏବେ ଶିଳ୍ପର ଉନ୍ନତିକୁ ନଜରରେ ରଖି ରାଜ୍ୟ ସରକାର ଏହି ପାର୍କ ପାଇଁ ବିକଶିତ ଜମି ଓ ଅର୍ଥ ଯୋଗାଇ ଦେବେ ।ଏହା ଦ୍ୱାରା ଆଲୁମିନିୟମ ବ୍ୟବସାୟୀଙ୍କୁ ଆକର୍ଶିତ କରାଯାଇ ପାରିବ ବୋଲି କୁହାଯାଇଛି ।

ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସମ୍ଭବ ବୋଲି କୁହାଯାଇଛି ।ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି କି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାର ଶସ୍ତାରେ ଜମି ଯୋଗାଇ ଦେବେ । ଏନେଇ ରାଜ୍ୟ ସରକାର ୪୨୮.୯୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ୫ ଟି ଅଧିନରେ ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଇଡକୋକୁ ସରକାର ୬୨କୋଟି ୬୩ଲକ୍ଷ ଟଙ୍କା ଯୋଗାଇବେ । ବାରଙ୍ଗ ଅଞ୍ଚଳରେ ଟାଟା ପାଇଁ ଅଧିକୃତ ଜମି ଇଡକୋକୁ ଯିବ । ୨୪ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଳିବ ସରକାରୀ ଅନୁଦାନ ।ଉପକୃତ ହେବେ ୪୭ଜଣ ଶିକ୍ଷକ, ବର୍ଷକୁ ୬୮ଲକ୍ଷ ଖର୍ଚ୍ଚ ହେବ । ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରସ୍ତାବ କ୍ୟାବିନେଟର ମୋହର । ରାଜ୍ୟରେ ୧ଲକ୍ଷ ନୂଆ ବୋରଓ୍ୱେଲ ଖନନ କରାଯିବ । ଆସନ୍ତା ୫ବର୍ଷରେ ୧ଲକ୍ଷ କ୍ଲଷ୍ଟର ବୋରଓ୍ୱେଲ ଯୋଜନା ।ଖର୍ଚ୍ଚ ହେବ ୪ହଜାର ୧୯୮କୋଟି, ୫ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ।

୧ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ । ଅନୁଗୁଳ ମେଗା ଆଲୁମିନିୟମ ପାର୍କ ପାଇଁ ଇଡକୋକୁ ୪୨୮କୋଟି । ୮୭୧ଏକର ଜମିର ବିକାଶ ପାଇଁ ୬୨କୋଟି ଖର୍ଚ୍ଚ କରାଯିବ । ଆସନ୍ତା ୩ବର୍ଷରେ ନିର୍ମାଣ ହେବ ୧୨୮୦ ଚେକ ଡ୍ୟାମ, ଖର୍ଚ୍ଚ ହେବ ୧୧୧କୋଟି ଟଙ୍କା ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ସାମିଲ ହେଲା ୧୨ନୂଆ ଗାଁ । ୧୨ଗାଁର ୫,୫୫୦ହେକ୍ଟର ଜମି ଜଳସେଚିତ ଖର୍ଚ୍ଚ ହେବ ୧୮୫କୋଟି । ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଅନୁମୋଦିତ । ୭୦ ଲକ୍ଷ ଏସଏଚଜି ମହିଳା ସଦସ୍ୟାଙ୍କ ପାଇଁ ସୃଷ୍ଟି ହେବ ବଜାର ।ରାଜ୍ୟ କ୍ୟାବିନେଟ ମାତ୍ର ୩୨ ମିନିଟରେ ମୋଟ ୩୨ ଏଜେଣ୍ଡାକୁ ଅନୁମୋଦନ କରିଛନ୍ତି । ମାତ୍ର ଏତେ କମ୍ ସମୟ ମଧ୍ୟରେ ଏତେସଂଖ୍ୟକ ଏଜେଣ୍ଡାକୁ ରାଜ୍ୟ କ୍ୟାବିନେଟ କିଭଳି ମଞ୍ଜୁରୀ ଦେଲେ ଓ ମନ୍ତ୍ରୀମାନଙ୍କ ଭୂମିକା ସେହି ବୈଠକରେ କ’ଣ ଥିଲା ତାକୁ ନେଇ ବିଭିନ୍ନ ମହଲ ରେ ଚର୍ଚ୍ଚା ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା । ମନ୍ତ୍ରୀମାନଙ୍କୁ ବୈଠକର ସମୟ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥିଲେ ମଧ୍ୟ କ୍ୟାବିନେଟ ଏଜେଣ୍ଡାର ବିସ୍ତୃତ ତଥ୍ୟ କ’ଣ ରହିବ ତାହା ସେମାନଙ୍କୁ ଅବଗତ କରାଯାଇନଥିଲା । କେବଳ କ୍ୟାବିନେଟ ବୈଠକରେ ୨୯ଟି ଏଜେଣ୍ଡା ଆସିବ ବୋଲି ଆଜି ମଧ୍ୟାହ୍ନରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ସୂଚିତ କରାଯାଇଥିଲା । କିନ୍ତୁ ବୈଠକରେ ଏହି ଏଜେଣ୍ଡା ସଂଖ୍ୟା ଥିଲା ୩୨ ।

କ୍ୟାବିନେଟ୍ ବୈଠକରେ ଆସୁଥିବା ପ୍ରସ୍ତାବ ଗୁଡ଼ିକ ରାଜ୍ୟର ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସେଗୁଡ଼ିକ ଉପରେ ମନ୍ତ୍ରୀମାନଙ୍କୁ ଆଲୋଚନା ପାଇଁ ସୁଯୋଗ ନମିଳିବା ଅନ୍ତତଃ ବିଷୟ ବୋଲି ବହୁ ରାଜନୈତିକ ବିଶେଷଜ୍ଞ ,ବିରୋଧୀ ଓ ବୁଦ୍ଧି ଜୀବି ପ୍ରକାଶ କରିଛନ୍ତି । କ୍ୟାବିନେଟରେ ଆସୁଥିବା ପ୍ରସ୍ତାବ ସମ୍ପର୍କରେ ଆଗୁଆ ଜାଣିବାର ସୁଯୋଗ ମନ୍ତ୍ରୀମାନଙ୍କ ପାଖରେ ନଥିବାରୁ ଟେବୁଲ ଉପରେ ଦିଆଯାଉଥିବା ପ୍ରସ୍ତାବଗୁଡ଼ିକୁ ପଢ଼ି ବୁଝିବା ଓ ସେ ସମ୍ପର୍କରେ ବୈଠକରେ ମତ ରଖିବା ମଧ୍ୟ ଏତେ କମ ସମୟ ରେ ସମ୍ଭବପର ହେଉ ନାହିଁ।

ବିଭାଗୀୟ ସଚିବମାନେ ଚାହୁଁଥିବା କାର୍ଯ୍ୟ ଓ ନିଷ୍ପତ୍ତିକୁ କ୍ୟାବିନେଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ କିଛି କ୍ଷମତା କେନ୍ଦ୍ର ମନ୍ତ୍ରୀ ଙ୍କୁ ବୁଝାଇ ପାରିତ କରାଇ ନେବାରେ ସକ୍ଷମ ହେଉଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅପହୃତ ଯୁବକକୁ ଉଦ୍ଧାର କଲା ପୋଲିସ ୩ ଅପହର୍ତ୍ତା ଙ୍କୁ କଲା ଗିରଫ...

Wed May 18 , 2022
ପ୍ରମୋଦ ନାଏକ(ଭୁବନେଶ୍ୱର) : ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରୁ ଜଗବନ୍ଧୁ ନାୟକ ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ ବଡ଼ଗଡ଼ ପୁଲିସ୍ ଆଜି ତାଙ୍କୁ ଉଦ୍ଧାର କରିବା ସହିତ ୩ ଅପହର୍ତ୍ତାଙ୍କୁ ଗିରଫ କରିଛି। ଅପହର୍ତ୍ତାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବାଲିଅନ୍ତା ଥାନା ଅନ୍ତର୍ଗତ ପ୍ରଦୀପ କୁମାର ଦାସ , ପାହାଳ ର ବିଶ୍ୱନାଥ ଦାସ ଓ କେନ୍ଦ୍ରାପଡ଼ାର ରାକେଶ କୁମାର ସାହୁ । ସେମାନଙ୍କ […]

You May Like

Pin It on Pinterest