NCST ରେ ବ୍ୟକ୍ତିଗତ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ…

ନୂଆଦିଲ୍ଲୀ: ମେ’ ୯ ତାରିଖରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ,NCST ରେ ବ୍ୟକ୍ତିଗତ ହାଜର ହେବା ନେଇ ସମନ ହୋଇଥିଲା । ମାତ୍ର ରାଜ୍ୟରେ ବାତ୍ୟା ପରିସ୍ଥିତି ଲାଗି ରହିଥିବାରୁ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାପାଳ ହାଜର ହୋଇନଥିଲେ |ଆଜି କମିସନଙ୍କ ନିକଟରେ ଜିଲ୍ଲାପାଳ ହାଜର ହୋଇଛନ୍ତି।ସେ କମିସନର ସଦସ୍ୟ ଅନନ୍ତ ନାଏକଙ୍କ ନିକଟରେ ହାଜର ହୋଇଛନ୍ତି।

କାନପୁର ଜଳ ସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରା ଯାଇ ନ ଥିବା ବେଳେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ନ ଯିବା ନେଇ ଜାତୀୟ ଅନୁସୂଚିତ ଜନଜାତି ନିକଟରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ବ୍ୟକ୍ତିଗତ ହାଜର ହେବା ନେଇ ସମନ ହୋଇଥିଲା।

ପୂର୍ବରୁ ଏକାଧିକ ମାମଲାରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିସନ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍‌ କରିଥିଲେ। ମାତ୍ର ଜିଲ୍ଲାପାଳ ବ୍ୟକ୍ତିଗତ ହାଜର ନ ହେବାରୁ ତାଙ୍କୁ ବିରୋଧରେ କମିସନ ଗିରଫ ୱାରେଣ୍ଟ ଇସ୍ୟୁ କରିଥିଲେ। ତେବେ ଏହି ୱାରେଣ୍ଟ ବିରୋଧରେ ଜିଲ୍ଲାପାଳ ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ଏଥିରେ ସାମୟିଗ ସ୍ଥଗିତାଦେଶ ଆସିଥିଲା। ତେବେ ବର୍ତ୍ତମାନ ପୁଣି କାନପୁର ବିସ୍ଥାପିତ ମାମଲାରେ ଜିଲ୍ଲାପାଳ ଶ୍ରୀ ଠାକ୍‌ରେଙ୍କୁ ହାଜର ପାଇଁ କମିସନ ନୋଟିସ କରିବା ପରେ ଜିଲ୍ଲାପାଳ ଆଜି ହାଜର ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କମିଶନରେଟ ପୋଲିସ ଜାଲରେ ଦୁଇ କୁଖ୍ୟାତ ଲୁଟେରା...

Thu May 19 , 2022
ପ୍ରମୋଦ ନାଏକ(ଭୁବନେଶ୍ବର): ୧୯।୦୫ -କମିଶନରେଟ ପୋଲିସ ଜାଲରେ ଦୁଇ କୁଖ୍ୟାତ ଲୁଟେରା ।ଲକ୍ଷାଧିକ ଟଙ୍କାର ସୁନା ଗହଣା ସେମାନଙ୍କ ନିକଟରୁ ଜବତ କଲେ କମିଶନରେଟ ପୋଲିସ । ଏମାନଙ୍କ ସହ ଆଉ କେତେଜଣ ସାମିଲ ଅଛନ୍ତି ସେନେଇ ପଚରାଉଚରା ଚାଲିଛି । ସୂଚନା ଅନୁଯାଇ,ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଏହି ଲୁଟେରା । ବାରମ୍ବାର ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା ।ଗତ […]

You May Like

Pin It on Pinterest