ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ…

ଯଶିପୁର:୨୩।୦୫- ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ବିଜେପି ଓ ଗୋ-ରକ୍ଷକ ସଙ୍ଘଟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ସୂଚନା ଅନୁଯାଇ, ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍‌ ଗେଟ୍‌ ନିକଟରେ ଗତ ୨୧ ତାରିଖ ଦିନ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ବିଜେପି ଓ ଗୋ-ରକ୍ଷକଙ୍କ ତରଫରୁ ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆଯାଇଛି ।

ତେବେ ଏହି ବନ୍ଦରେ ଯଶୀପୁର ବଜାରରେ ପ୍ରେଟ୍ରୋଲ ଟାଙ୍କି ସମେତ ସମସ୍ତ ଜରୁରୀକାଳୀନ ସେବା ଗୁଡିକୁ ବାଦ୍‌ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯାଇଛି । ସେହିପରି ଯଶୀପୁର ଦେଇ ଯାଇଥିବା ୪୯ ନଂ ଓ ୨୨୦ ନଂ ଜାତୀୟ ରାଜପଥକୁ କର୍ମୀ ମାନେ ଅବରୋଧ କରିଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସବୁ ପ୍ରତିକ୍ଷାର ଅନ୍ତ ଘଟିଲା ,ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁରବି...

Mon May 23 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର) ୨୩/୦୫: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା ,ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁରବି । ଶରତଙ୍କୁ ନୂଆ ପିସିସି ଭାବେ ନିଯୁକ୍ତ କଲା AICC । ଦ୍ୱିତୀୟ ଇନିଂସ ଖେଳିବେ ଶରତ । ହେଲେ ସଭାପତି ଦୌଡରେ ଆଗରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଟିକେ ମନ ଉଣା । ତାଙ୍କ ବ୍ୟତୀତ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର […]

You May Like

Pin It on Pinterest