ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ…

ପୁରୀ, ୨୫/୦୫: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ । ଆସନ୍ତା ମାସ ୧୪ ତାରିଖରେ ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠତ ହେବ ।ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି କରାଯିବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ ଏବଂ ୬ଟାରେ ଶେଷ ହେବ । ସକାଳ ୯ଟା୩୦ରୁ ୧୧ଟା୩୦ ମଧ୍ୟରେ ଜଳ ବିଜେ ଓ ପୂଜା କରାଯିବ ।

ଦିନ ୧୨ଟା ୧୫ରେ ଛେରା ପହଁରା ଏବଂ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ହାତୀ ବେଶ ସରିବ । ସକାଳେ ପରମାଣିକ ଟିକେଟ ଦର୍ଶନ ହେବ । ସ୍ନାନମଣ୍ଡପରେ ୩ ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ମିଳିବ । ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ । ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ । ରାତି ୧୦ଟାରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ଏବଂ ରାତି ୧ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯେଉଁ ବିଶ୍ୱାସ ସହିତ ଗୋଟିଏ ଦଳ ଅନେକ ବର୍ଷ ଧରି କ୍ଷମତାରେ ରହିଛି ସେହି ସରକାର ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରିବାକୁ ପ୍ରଚେଷ୍ଟା କରୁଛନ୍ତି - ଶଙ୍କରାଚାର୍ଯ୍ୟ

Thu May 26 , 2022
ପୁରୀ ୨୫/୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ,ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ । ଜଗଦଗୁରୁ ସପକ୍ଷ ଓ ବିପକ୍ଷବାଦୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଅଲୋଚନା ପରେ, ବିକାସ ନାମରେ ତୀର୍ଥ ଭୂମିର ଆଦର୍ଶ ଓ ଅସ୍ଥିତ୍ଵକୁ ବିଲୁପ୍ତ କରାଯାଉଛି ବୋଲି କହିଛନ୍ତି । ମୁଁ ବିକାସର ପକ୍ଷଧର କିନ୍ତୁ ମାର୍ଗକୁ ପ୍ରଶସ୍ତ କରିବା ପାଇଁ ମଠ ମନ୍ଦିର ଭାଙ୍ଗି ଯେଉଁ ବିନାସ ଚାଲିଛି ତାହାର ପକ୍ଷଧର ନୁହେଁ […]

You May Like

Pin It on Pinterest