
ଭୁବନେଶ୍ଵର ୦୧।୦୬ : ସରକାରୀ ଓ ଘରୋଇ କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁଲାଇ ମାସରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ।OJEE- ୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଲା।ଏହା ଜୁଲାଇ ୪ରୁ ଆରମ୍ଭ ହୋଇ ୮ ତାରିଖରେ ଶେଷହେବ । OJEE ୱେବସାଇଟ୍ ରୁ ଆଡମିଟ୍ କାର୍ଡ ଜୁନ୍ ୨୭ ତାରିଖରୁ ଡାଉନଲୋଡ୍ କରିପାରିବେ ପରୀକ୍ଷାର୍ଥୀ ।
ଏହି ପରୀକ୍ଷା ସକାଳ ୯ଟାରୁ ପ୍ରତିଦିନ ୩ଟି ସିପ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିପ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ। ୫ ତାରିଖରେ ୧ମ ଓ ୨ୟ ସିପ୍ଟରେ ଏମସିଏ/ଏମଏସସି ପରୀକ୍ଷା ହେବ। ସେହିପରି ୩ୟ ସିପ୍ଟରେ M. Tech, M. Arch, M. Plan, M. Pharm, B.CAT ପରୀକ୍ଷା ହେବ। ୬ ତାରିଖ ଦିନ ପ୍ରଥମ ଓ ଦ୍ଵିତୀୟ ସିପ୍ଟରେ ଏମବିଏ, ୩ୟ ସିପ୍ଟରେ ଇଣ୍ଟିଗ୍ରେଟେଡ୍ ଏମବିଏ, LE Pharm, LE Tech (B.Sc.), B.CAT ପରୀକ୍ଷା ହେବ। ୮ ତାରିଖରେ କେବଳ ୧ମ ଓ ୨ୟ ସିପ୍ଟରେ ବି ଫାର୍ମା ପ୍ରବେଶିକା ପରୀକ୍ଷା ହେବା ପାଇଁ ସ୍ଥିର କରାଯାଇଛି ।



