ରାଷ୍ଟ୍ରୀୟ ରାଜମାର୍ଗ ଏବେ ମରଣଯନ୍ତା ଓଭୋର୍ ଲୋଡ ଗାଡ଼ି ସାଧାରଣ ଜନତାଙ୍କ ମୁଣ୍ଡ ବିନ୍ଧାର କାରଣ…


ନବୀନ ଦାଶ(ବରଗଡ଼): ତଥା ଆଦିବାସୀ ଜନ ବହୁଳ ତଥା ଓଡ଼ିଶାର ଭାତହାଣ୍ଡି ରୂପେ ବେଶ ପରିଚିତ ବରଗଡ଼ଜିଲ୍ଳା ରେ ପ୍ରାୟତଃ ଅଧାରୁ ଅର୍ଦ୍ଧେକ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି।ଧାନ ଚାଷ ହେଉ କି ପନିପରିବା ଚାଷ ହେଉ କେମିତି ଅଧିକ ଅମଳ କରି ଦି ପଇସା ଅଧିକ ଲାଭ ହେବ ସେ ଉପରେ ଲକ୍ଷ ରଖିଥାଏ।ସେହିପରି ଅମଳ ପନିପରିବା ଗୁଡିକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ନେଇ ବିକ୍ରି କରି ନିଜର ପେଟ ପାଟଣା ଚଳାଇଥାଏ।

ବରଗଡ଼ ଜିଲ୍ଳା ମଧ୍ୟ ଦେଇ ୫୩ନଂ ଜାତୀୟ ରାଜପଥ ଭେଦ କରି ଯାଇଛି।ଏହି ରାଷ୍ଟ୍ରୀୟ ମାର୍ଗ ଦେଇ ରାତି ଦୁଇଟା ରୁ ଚାଷୀ ତଥା ଚାଷୀ ଠାରୁ ବେପାରୀ ମାନେ ଅମଳ ହୋଇଥିବା ପନିପରିବା ଗୁଡିକୁ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି।କିନ୍ତୁ ରାଷ୍ଟ୍ରୀୟ ମାର୍ଗରେ ପନିପରିବା ତଥା ଅନ୍ୟାନ୍ୟ ସାମଗ୍ରୀ ବୋଝେଇ କରି ବିପଦଜ୍ଜନକ ଭାବେ ଲୋକଙ୍କ ଜୀବନକୁ ପାଣି ଛଡାଇ ଗାଡି ଗୁଡିକ ଯିବା ଆସିବା କରୁଥିବା ନଜରକୁ ଆସିଛି। ଯାହା ବରାହ ଗୋଡ଼ା କେନାଲ.ରେଙ୍ଗାଲି କେମ୍ପ ଛକ,ଅତାବିରା ଛକ ଓ ସରଣ୍ଡା ଛକ ରୁ ରାଜରାସ୍ତାରେ ପନିପରିବା ସହ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ଟ୍ରେକର ବିପଜ୍ଜନକ ଭାବେ ଯାଉଛି।ଟ୍ରେକର ଉପରେ,ଭିତରେ, ଆଗରେ କେବଳ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ନାହିଁ ଏଥିରେ ଲୋକ ବି ବସି ଯିବା ଆସିବା କରୁଛନ୍ତି।

ଯେକୌଣସି ମୁହୂର୍ତ୍ତରେ ଏହା ନିୟନ୍ତ୍ରଣ ହରାଇ ଦୁର୍ଘଟଣା ହେବାର ଆଶଙ୍କା ରହିଛି।ସରକାର ସଡ଼କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏପରି ଗାଡି ଗୁଡିକ କିପରି ରାଷ୍ଟ୍ରୀୟ ରାଜମାର୍ଗ ରେ ଯାତାୟତ କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।କିଛି ଲୋକଙ୍କ ଅକାଳ ମୃତ୍ୟୁ ହେଲେ ଯାଇ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ କି ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚା ହେଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସେବା, ସୁଶାସନ ଓ ଗରିବ କଲ୍ୟାଣ ରେ ମୋଦି ସରକାରଙ୍କ ୮ ବର୍ଷ ପୁର୍ତ୍ତୀ, ଓଡ଼ିଶା ବିଜେପିର ସାମ୍ବାଦିକ ସମ୍ମିଳନୀ...

Thu Jun 2 , 2022
ପ୍ରମୋଦ ନାଏକ(ଭୁବନେଶ୍ୱର):ସେବା, ସୁଶାସନ ଓ ଗରିବ କଲ୍ୟାଣ ର ମୋଦି ସରକାରଙ୍କ 8 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ବିଜେପି ର ସାମ୍ବାଦିକ ସମ୍ମିଳନୀ.ଆଜି ଭୁବନେଶ୍ୱରର ନିଉ ମାରିୟନ ହୋଟେଲ ରେ ଓଡିଶା ବିଜେପି ର ସଭାପତି ସମୀର ମହାନ୍ତି ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୮ ବର୍ଷ ପୂରଣ ଅବସରରେ ଦେଶ ବାସୀଙ୍କୁ […]

You May Like

Pin It on Pinterest