
ପ୍ରମୋଦ ନାଏକ(ଭୁବନେଶ୍ୱର):ସେବା, ସୁଶାସନ ଓ ଗରିବ କଲ୍ୟାଣ ର ମୋଦି ସରକାରଙ୍କ 8 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ବିଜେପି ର ସାମ୍ବାଦିକ ସମ୍ମିଳନୀ.ଆଜି ଭୁବନେଶ୍ୱରର ନିଉ ମାରିୟନ ହୋଟେଲ ରେ ଓଡିଶା ବିଜେପି ର ସଭାପତି ସମୀର ମହାନ୍ତି ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା ।

କେନ୍ଦ୍ରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୮ ବର୍ଷ ପୂରଣ ଅବସରରେ ଦେଶ ବାସୀଙ୍କୁ କିପରି ପ୍ରତିଟି କ୍ଷେତ୍ରରେ ସେବା, ସୁଶାସନ ଦେଇ ଆସିଛନ୍ତି ତା ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଛନ୍ତି । ପ୍ରଧାନ ସେବକ ହିସାବରେ ସବୁ ଲୋକଙ୍କ ସମସ୍ୟା ସମାଧାନ କରି ବିଶେଷ କରି ଗରିବ ଲୋକଙ୍କ କଲ୍ୟାଣ ପାଇଁ ନେଇଥିବା ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଓ ଲୋକମାନେ ସେଥିରୁ କିଭଳି ଲାଭ ପାଉଛନ୍ତି କହିବା ସଂଗେ ସଂଗେ ରାଜ୍ୟ ସରକାର ବହୁ ଯୋଜନାରେ ଚଞ୍ଚକତା କରି ହିତାଧିକାରୀଙ୍କୁ ଫାଇଦା ଦେବାରେ ପ୍ରତିବନ୍ଧକ ସାଜୁଛନ୍ତି ସେଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଳାହାଣ୍ଡି ର ସାଂସଦ ବସନ୍ତ ପଣ୍ଡା, ବିଧାୟକ ବିଷ୍ଣୁ ଚରଣ ସେଠି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରଭୁତି ଉପସ୍ଥିତ ଥିଲେ ।