ରାଜ୍ୟ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ମୁହଁ,କାହାକୁ ମିଳିଲା କେଉଁ ବିଭାଗ…

ପ୍ରମୋଦ ନାଏକ(ଭୁବନେଶ୍ୱର): ୦୫।୦୬ ରାଜ୍ୟ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ମୁହଁ । ଆଜି(ରବିବାର) ଲୋକସେବା କନ୍‌ଭେନ୍‌ସନ୍‌ ହଲ୍‌ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍‌ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀ ମାନଙ୍କର ବିଭାଗ ମଧ୍ୟ ମିଳିଛି ।

କ୍ୟାବିନେଟ୍ ମନ୍ତ୍ରୀ- କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମିଳିଛି – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଆଦିବାସୀ ଓ ଆଇନ ବିଭାଗ। ନିରଞ୍ଜନ ପୂଜାରୀଙ୍କୁ – ଅର୍ଥ ଓ ସଂସଦୀୟ ବ୍ୟାପାର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୃଷି,ମତ୍ସ୍ୟ ଓ ପଶୁସମ୍ପଦ, ପ୍ରମିଳା ମଲ୍ଲିକଙ୍କୁ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଉଷା ଦେବୀଙ୍କୁ- ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଟୁକୁନି ସାହୁଙ୍କୁ – ଜଳସଂପଦ, ବାଣିଜ୍ୟ ଓ ପରିବହନ, ପ୍ରଫୁଲ୍ଲ ମଲ୍ଲିକଙ୍କୁ- ଇସ୍ପାତ, ପୂର୍ତ୍ତି ଓ ଖଣି, ପ୍ରତାପ କେଶରୀ ଦେବଙ୍କୁ- ଶିଳ୍ପ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକଙ୍କୁ- ଖାଦ୍ୟ ଯୋଗାଣ ଓ ସମବାୟ, ପ୍ରଦୀପ କୁମାର ଅମାତଙ୍କୁ- ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଓ ପାନୀୟ ଜଳ, ନବକିଶୋର ଦାସଙ୍କୁ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ – ବିଜ୍ଞାନ ଓ କାରିଗରୀ କୈଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ରାଜେନ୍ଦ୍ର ଢୋଲକିଆଙ୍କୁ – ଯୋଜନା ଓ ସଂଯୋଜନା ବିଭାଗର ଦାଇତ୍ୱ ମିଳିଛି।

ରାଷ୍ଟ୍ରମନ୍ତ୍ରୀ – ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ସମୀରରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା, ଅଶ୍ୱିନୀ କୁମାର ପାତ୍ର ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ଓ ଅବକାରୀ, ପ୍ରୀତିରଞ୍ଜନ ଘଡ଼େଇ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ, ଶ୍ରୀକାନ୍ତ ସାହୁ ଶ୍ରମ ଓ ନିଯୁକ୍ତି, ତୁଷାରକାନ୍ତି ବେହେରା ଇଲୋକ୍ଟ୍ରେନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର, ରୋହିତ ପୂଜାରୀ ଉଚ୍ଚଶିକ୍ଷା, ରୀତା ସାହୁ ହସ୍ତତନ୍ତ ଓ ବୟନ ଶିଳ୍ପ, ବାସନ୍ତୀ ହେମ୍ବ୍ରମ ମହିଳା ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତ ବିଭାଗର ଦାୟିତ୍ବ ମିଳିଛି। ତୁଷାରକାନ୍ତି ବେହେରାଙ୍କୁୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚଳିତ ବର୍ଷ ୯୦୦୦ ଟ୍ରେନ୍ ବାତିଲ କରିଛି ଭାରତୀୟ ରେଳବାଇ, ୧୯୦୦ ଟ୍ରେନ କୋଇଲା ଅଭାବରୁ ଅଟକି ଯାଇଛି...

Mon Jun 6 , 2022
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଚଳିତ ବର୍ଷ ପ୍ରାୟ ନଅ ହଜାର ଟ୍ରେନ୍ ସେବାକୁ ବାତିଲ କରିଦେଇଛି। ଏଥିମଧ୍ୟରୁ ଗତ ତିନିମାସ ମଧ୍ୟରେ କୋଇଲା ପରିବହନ ହେତୁ ୧,୯୦୦ ରୁ ଅଧିକ ଟ୍ରେନ୍ ସେବା ବାତିଲ ହୋଇଛି। ସୂଚନା ଅଧିକାର ଅଧୀନରେ ମଗା ଯାଇଥିବା ସୂଚନାରେ ଏହି ସଂଖ୍ୟା ସାମ୍ନାକୁ ଆସିଛି | ଚନ୍ଦ୍ରଶେଖର ଗୌରଙ୍କ ଦ୍ୱାରା ଦାଖଲ ହୋଇଥିବା ଆରଟିଆଇ ପ୍ରଶ୍ନର ଉତ୍ତରରେ ରେଳବାଇ କହିଛି ଯେ ମରାମତି କିମ୍ବା […]

You May Like

Pin It on Pinterest