ହାଇୱା ଗାଡି ଧକ୍କାରେ ବସପୁର୍ ଗ୍ରାମର ନବମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ…

ଜୟନ୍ତ ଶତପଥୀ(ଡେରାବିଶି):୬।୬- ଆଜି ସକାଳ ୧୦ଟା ସମୟରେ ଏକ ମର୍ମାନ୍ତୁତ ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ଏକ ହାଇୱା ଗାଡି ଧକ୍କା ରେ ମୃତ ଛାତ୍ରୀ ସ୍ଥାନୀୟ ବସପୁର୍ ଗ୍ରାମର ସୁବାଷ ଲେଙ୍କାଙ୍କ ଝିଅ ଗୁଡି ବୋଲି ଜଣାପଡିଛି ।

ଖବର ଅନୁଯାଇ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର୍ ଗ୍ରାମର ନବମ ଶ୍ରେଣୀର ଛାତ୍ରୀ ଗୁଡି ସକାଳ ୧୦ଟାରେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱା ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ମାଡ଼ ମାରି ତାକୁ ପୁଲିସ ଜିମାରେ ଦେଇଥିଲେ। ଏଣେ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ଖବର ପାଇ ଏସଡିପିଓ ରାଜୀବଲୋଚନ ପଣ୍ଡା, ମାର୍ଶାଘାଇ ଥାନା ଅଧିକାରୀ ପ୍ରଦୀପ କୁମାର କାନୁନଗୋ ଓ ସଦର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନବୀନ ନିବାସରେ ବିଦାୟୀ ମନ୍ତ୍ରୀ, ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ...

Mon Jun 6 , 2022
ବାସ୍ତବବ୍ୟୁରୋ(ଭୁବନେଶ୍ବର): ନବୀନ ନିବାସରେ ବିଦାୟୀ ମନ୍ତ୍ରୀ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖଙ୍କ ବ୍ୟତିର ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି। ଏହି ଅବସରରେ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରଫରର୍ମନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରିମଣ୍ଡଳ ବଦଳିବା ସ୍ୱାଭାବିକ ପ୍ରକ୍ରିୟା। କୋଭିଡ […]

You May Like

Pin It on Pinterest