ଆଜିର ଖାସ୍ ଖବର

୧-ପାଣିପାଗ: ଆଜି ରାଜ୍ୟର କିଛି ସ୍ଥାନରେ ସ୍ବଳ ବର୍ଷା ସମ୍ଭାବନା,୫ ଓ ୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା।

୨-୫୫ ପ୍ରତିଶତ ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ : ସର୍ଭେ ରିପୋର୍ଟ।

୩-କଟକ:ଡେଡ୍‌ଲାଇନ୍ ସରୁ ସରୁ ଧରପଗଡ ଜୋରଦାର, ବିନା ହେଲମେଟରେ ଗାଡ଼ି ଚଳାଇ ,୫ଶହ ମାଛ କିଣିବାକୁ ଆସି ହଜାରେ ଟଙ୍କାର ଗଣିଲେ ତଣ୍ଡ। ଆଜି ଠାରୁ ଗଳିକନ୍ଦିରେ ହେବ ଜୋରଦାର ଚେକିଂ।

୪-ବାଲେଶ୍ଵର:ବାର୍ଡ ଫ୍ଲୁ ଭୟରେ ରାସ୍ତାରେ ପଡ଼ିଲା ହଜାର ହଜାର ମଲା କୁକୁଡା, କିଲୋ ପିଛା ୫୦ ଟଙ୍କା।

୫-KIUG:ଖେଲୋ ଇଣ୍ଡିଆର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହେଲା ପଞ୍ଜାବ ବିଶ୍ୱବିଦ୍ୟାଳୟ।ଓଡ଼ିଶାରୁ ବିଶ୍ୱ ବିଦ୍ୟାଳୟଗୁଡିକରେ ପ୍ରଥମ ସ୍ଥାନ ହାସଲ କରିଛି କିଟ୍‌ ବିଶ୍ୱବିଦ୍ୟାଳୟ ।

୬-ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ:୧୦ଜଣ ଖ୍ୟାତନାମା ଡାକ୍ତରଙ୍କର ଏକ ଉପଦେଷ୍ଟା ଟିମ୍ ନିଯୁକ୍ତ , ଟିମ୍ ରେ ଅଛନ୍ତି ୭ଜଣ ପଦ୍ମ ପୁରସ୍କାର ପ୍ରାପ୍ତ ଡାକ୍ତର।

୭-ଦଶକର ସବୁଠାରୁ ଅଶୁଭ ସପ୍ତାହ, ସେନ୍‌ସେକ୍ସରେ ବୁଡ଼ିଗଲା ୧୧ ଲକ୍ଷ କୋଟି।

୮-ଶାହୀନବାଗରେ ୧୪୪ ଧାରା ଲାଗୁ, ସିଏଏ ହିଂସାକୁ ହିନ୍ଦୁ ସେନାର ବିରୋଧ।

୯-ପାର୍ଲ:ପ୍ରଥମ ଦିନିକିଆ,କ୍ଲାସେନଙ୍କ ଶତକରେ ଜିତିଲା ଦକ୍ଷିଣ ଆଫ୍ରିକା।

୧୦-ଦିଲ୍ଲୀ ହିଂସା: ଦଙ୍ଗାକାରୀ ଜାଳିଦେଲେ ଓଡ଼ିଶା ସୁରକ୍ଷା ଡ୍ୟୁଟିରେ ଥିବା ଆନିଶଙ୍କ ଘର, ୧୦ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୧୧-ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Mar 3 , 2020
୧-କାୟା ବଢାଉଛି କରୋନା: ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ ମିଳିଲା କରୋନା ସନ୍ଦିଗ୍ଧ, ଆଲର୍ଟରେ ଡିଜିସିଏ। ୨-ଜରିମାନା ଦେଲା ସାରା ଓଡ଼ିଶା । ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଗଣିଲେ ଗାଡ଼ି ଚାଳକ, ମଦ ପିଇ ଗାଡ଼ି ଚଲାଇ କନେଷ୍ଟବଳ ଗିରଫ । ୩-ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ ।ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ […]

You May Like

Pin It on Pinterest